ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସ ପକ୍ଷରୁ ସହର ଭିତରେ ଥିବା ବିଭିନ୍ନ ଗୁଟ୍ଖା ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଗୁଟ୍ଖା, ଭାଙ୍ଗ ଓ ସିଗାରେଟ୍ ଜବତ କରିଥିବା ଜଣାଯାଇଛି। ଟାଉନ ଥାନା ଅଧିକାରୀ ସାବିତ୍ରୀ ବଳ, ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଗୋଲକ ବିହାରୀ ମଙ୍ଗରାଜଙ୍କ ତତ୍ବାବଧାନରେ ଏହି ଚଢ଼ାଉ ହୋଇଥିଲା। ଏଥିରେ ଚୌକିପଡ଼ାର ଗୁପ୍ତେଶ୍ବର ଶର୍ମା ଓ ଜିତେଶ ଶର୍ମା, ବୁରୋମାଲର ବିକି ସାହା, ବିନାୟକପୁରମ୍ର ମୁକେଶ ବୁଚ୍ୱାନୀ, ପାହାଡ଼ି ମନ୍ଦିର ସୁନିଲ ବୁଚ୍ୱାନୀ, ଗୋଶାଲାର କୈଳାଶ ସାହାଙ୍କ ୯ ଗୋଟି ସ୍ଥାନରେ ଥିବା ଗୋଦାମ ଉପରେ ଏହି ଚଢ଼ାଉ କରାଯାଇ ପ୍ରାୟ ୬୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଏହି ସବୁ ସାମଗ୍ରୀର ବିଲ୍ ଓ ଜିଏସ୍ଟି ସଂପର୍କରେ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଜିଏସ୍ଟି ବିଭାଗ ମାମଲା ହସ୍ତାନ୍ତର କରିଥିବା ଆଇଆଇସି ସାବିତ୍ରୀ ବଳ ଜଣାଇଛନ୍ତି। ଏହି ସାମଗ୍ରୀର କାଗଜ ପତ୍ର ଜିଏସ୍ଟି ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିବା ଜଣାଯାଇଛି।
ଲକ୍ଷାଧିକ ଟଙ୍କାର ଗୁଟ୍ଖା ଜବତ, ୬ ଜଣଙ୍କ ୯ଟି ଗୋଦାମରେ ଚଢ଼ାଉ କଲା ପୁଲିସ
/sambad/media/post_attachments/wp-content/uploads/2020/04/Jsg_Gutkha.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)