ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ଜବତ, ୬ ଜଣଙ୍କ ୯ଟି ଗୋଦାମରେ ଚଢ଼ାଉ କଲା ପୁଲିସ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସ ପକ୍ଷରୁ ସହର ଭିତରେ ଥିବା ବିଭିନ୍ନ ଗୁଟ୍‌ଖା ‌ବ୍ୟବସାୟୀଙ୍କ ଗୋଦାମ ଉପରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଗୁଟ୍‌ଖା, ଭାଙ୍ଗ ଓ ସିଗାରେଟ୍‌ ଜବତ କରିଥିବା ଜଣାଯାଇଛି। ଟାଉନ ଥାନା ଅଧିକାରୀ ସାବିତ୍ରୀ ବଳ, ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଗୋଲକ ବିହାରୀ ମଙ୍ଗରାଜଙ୍କ ତତ୍ବାବଧାନରେ ଏହି ଚଢ଼ାଉ ହୋଇଥିଲା। ଏଥିରେ ଚୌକିପଡ଼ାର ଗୁପ୍ତେଶ୍ବର ଶର୍ମା ଓ ଜିତେଶ ଶର୍ମା, ବୁରୋମାଲର ବିକି ସାହା, ବିନାୟକପୁରମ୍‌ର ମୁକେଶ ବୁଚ୍‌ୱାନୀ, ପାହାଡ଼ି ମନ୍ଦିର ସୁନିଲ ବୁଚ୍‌ୱାନୀ, ଗୋଶାଲାର କୈଳାଶ ‌ସାହାଙ୍କ ୯ ଗୋଟି ସ୍ଥାନରେ ଥିବା ଗୋଦାମ ଉପରେ ଏହି ଚଢ଼ାଉ କରାଯାଇ ପ୍ରାୟ ୬୦ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଏହି ସବୁ ସାମଗ୍ରୀର ବିଲ୍‌ ଓ ଜିଏସ୍‌ଟି ସଂପର୍କରେ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଜିଏସ୍‌ଟି ବିଭାଗ ମାମଲା ହସ୍ତାନ୍ତର କରିଥିବା ଆଇଆଇସି ସାବିତ୍ରୀ ବଳ ଜଣାଇଛନ୍ତି। ଏହି ସାମଗ୍ରୀର କାଗଜ ପତ୍ର ଜିଏସ୍‌ଟି ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିବା ଜଣାଯାଇଛି।

 

 

ସମ୍ବନ୍ଧିତ ଖବର