ଗୁଳିବିନିମୟ ପରେ ଖସିଗଲେ କ୍ୟାଡର ନକ୍ସଲ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ପଡ଼ୋଶୀ ଛତିଶଗଡର ବିଜାପୁର ଜିଲ୍ଲାର କୋଲନାର ଏବଂ ଛୋଟେପଲ୍ଲୀ ମଧ୍ୟରେ ପୁଲିସ ଓ ମାଓବାଦୀ ଭିତରେ ଗୁଳି ବିନିମୟ ହୋଇଛି।  ବିଶେଷ ସୂତ୍ରରୁ ମାଓବାଦୀଙ୍କ ଉପସ୍ଥିତି ଖବର ପାଇ ଜିଲ୍ଲା ପୁଲିସ,ଏସଟିଏଫ, ଡିଆରଜି ଯବାନ ମିଳିତ ଭାବେ ବେଲଗ୍ରାମ, ଛୋଟେପାଲ୍ଲୀ , ରେଖାବାୟା, ବୋରମା, ଲାକିଲୋଡ, କୋଲନାର ଗ୍ରାମ ନିକଟସ୍ଥ ଜଂଗଲରେ କମ୍ବିଂ କରୁଥିଲେ।

ତେବେ କୋଲନାର ଏବଂ ଛୋଟେପାଲ୍ଲୀ ମଧ୍ୟରେ ଥିବା ଇନ୍ଦ୍ରାବତୀ ନଦୀ କୂଳରେ ନକ୍ସଲ କ୍ୟାମ୍ପ କରି ରହିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ଫଳରେ ନକ୍ସଲ ଯବାନଙ୍କୁ ଗୁଳିର ସାମ୍ନା କରି ନପାରି ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ବହୁ ନକ୍ସଲ ଯବାନଙ୍କ ଗୁଳିରେ ଆହତ ହୋଇଥିବା ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଜଣାପଡିଛି। ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ସେଠାରେ କ୍ୟାଡର ନକ୍ସଲ କ୍ୟାମ୍ପ କରି ରହିଥିଲେ। ସେଠାରେ ଥିବା ମାଓ କ୍ୟାମ୍ପକୁ ଧ୍ବଂସ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର