ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳିତ

ମାଲକାନଗିରି: ମାଲକାନଗିରି ସ୍ଥିତି ମୋଡେଲ ଡିଗ୍ରୀ କଲେଜରେ ଜିଲ୍ଲା ଆଇନ ସେବାପ୍ରାଧିକରଣ ତରଫରୁ ଆନ୍ତର୍ଜାତିକ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଚିବ ରାକେଶ କୁମାର ମୁଦୁଲି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସିଭିଲ କୋର୍ଟର ବିଚାରପତି ଅରୁପ କୁମାର ନାୟକ, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଦେବେନ୍ଦ୍ର ନାଥ ବାଘ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଶୋକ କୁମାର ପଟନାୟକ ଯୋଗ ଦେଇ ଭାରତ ସମ୍ବିଧାନର ମୌଳିକ ଅଧିକାର ଓ କର୍ତ୍ତବ୍ୟ, ମାନବ ଅଧିକାର ଆଇନର ୩୦ଟି ଅଧିକାର,ମାନବିକ ଅଧିକାର ସଂପର୍କୀତ ସାମାଜିକ ନ୍ୟାୟ ଓ ସୁରକ୍ଷା, ସ୍ବାଧୀନତା ପ୍ରାପ୍ତି ପରେ ମାନବାଧିକାର ସଂପର୍କରେ ଉଚ୍ଚତମ ନ୍ୟାୟାଳୟଙ୍କ ଐତିହାସିକ ରାୟ ଉପରେ ଉପସ୍ଥିତ ଥିବା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।

Sambad

ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସ୍ନେହରତା ମୁର୍ମୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଆଶାଲତା ମାଡକାମୀ ଦ୍ବିତୀୟ ଏବଂ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ଶୁଭଲକ୍ଷ୍ମୀ ନାୟକ ଓ ପ୍ରକାଶ ମାଡକାମୀ ରହିଥିଲେ। କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଅଧ୍ୟାପକ ସୂର୍ଯ୍ୟକାନ୍ତ ପାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର