ପୁରୀ: ହସ୍‌ପିଟାଲ ପଛ ପାର୍ଶ୍ୱରୁ ମିଳିଲା ୭ଟି ମଣିଷ ଖପୁରୀ, ସମଗ୍ର ଅଞ୍ଚଳରେ ଖେଳି ଯାଇଛି ଚାଞ୍ଚଲ୍ୟ

ପୁଲିସର ଛାନ୍‌ଭିନ୍‌ ଆରମ୍ଭ

ପୁରୀ: ପୁରୀର ଷ୍ଟେସନ୍‌ ରୋଡ ହସ୍ପିଟାଲ ପଛପଟୁ ରବିବାର ଅପରାହ୍ନରେ ମଣିଷର ୭ରୁ ଅଧିକ ଖପୁରୀ ମିଳିବା ଘଟଣା ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣା ବିଷୟରେ ଖବର ପାଇ ସି ବିଚ ପୁଲିସ ଉକ୍ତ ଖପୁରୀକୁ ଜବତ କରିଛି।

ସୂଚନାଯୋଗ୍ୟ, ଏହି ମଣିଷ ଖପୁରୀ ସହରର କମଳା ହସପିଟାଲ ପଛପାଖରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ବସ୍ତା ଭିତରେ ବନ୍ଧା ହୋଇ ପଡିଥିବା ଦେଖିବାକୁ ମିଳିଥିଲା। ହସ୍‌ପିଟାଲ ପଛପାର୍ଶ୍ୱରେ ମଣିଷ ଖପୁରୀ ଥିବା ଖବର ପାଇ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୁଲିସ ପହିଞ୍ଚିଥିଲା ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ହସ୍‌ପିଟାଲ ପଛପାର୍ଶ୍ୱରୁ ଜବତ ହୋଇଥିବା ଖପୁରୀକୁ ଦେଖି ସନ୍ଦେହ କରାଯାଉଛି, କେହି ଦୁର୍ବୃତ୍ତ ଭୟ ସୃଷ୍ଟି କରିବା ବାହାରୁ ଆଣି ଏଠାରେ ପକାଇ ଦେଇ ଚାଲି ଯାଇଛି ନଚେତ ଗୁଣିଗାରେଡି କିମ୍ବା ତନ୍ତ୍ର ସାଧନା ପାଇଁ ଏପରି କରାଯାଇଛି। ପୁଲିସ ଯାଞ୍ଚ ପରେ ଘଟଣାର ସତ୍ୟତା ଜଣାପଡ଼ିବ।

ସମ୍ବନ୍ଧିତ ଖବର