କୋରାପୁଟ : ମାନବିକତାର ପରିଚୟ ଦେଇଛନ୍ତି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ। ସେ ଓ ତାଙ୍କ ପୁଅଙ୍କ ସହଯ଼ୋଗରେ ଆଜି ଦୁଇଜଣ ଯୁବକଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି।
ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୋରାପୁଟରୁ ନବରଙ୍ଗପୁର ଯାଉଥିବା ସମୟରେ ମଝିଆଗୁଡା ଠାରେ କାର ଦୁର୍ଘଟଣାରେ ଶିକାର ହୋଇଥିଲା ସେ ଦେଖିବାକୁ ପାଇଥିଲେ। କାରଟି ଗଛରେ ପିଟି ହୋଇ ପଡିଥିବାବେଳେ ସେଥିରେ ଦୁଇଜଣ ଯୁବକ ମୂମୁର୍ଷୁ ଅବସ୍ଥାରେ ପଡି ରହିଥିଲେ । ଏହି ଦୁଇ ଯୁବକଙ୍କର ଘର ଜୟପୁର ବ୍ଲକ ଉମୁରୀର ହୋଇଥିବାବେଳେ ସେମାନଙ୍କ ପରିଚୟ ମିଳିନି। ଏହାକୁ ଦେଖି ରହିବା ପରେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ପହଞ୍ଚିବା ପରେ ମେଡିକାଲକୁ ପଠାଇଥିଲେ । ଏଥିରେ ତାଙ୍କ ପୁଅ ସହଯୋଗ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/kpt-bidhayaka.jpg)