ବୀରମହାରାଜପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିବ କଲ୍ୟାଣ ଯୋଜନା ଓ ବିକଶିତ ଭାରତ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ ଲୁତୁରପଙ୍କ ଗ୍ରାମର ପ୍ରାୟ ୧୨୦ ଜଣ ତୃଣମୂଳ ସ୍ତରରର କର୍ମୀମାନେ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଲୁତୁରପଙ୍କ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ପରଦେଶୀ ଷଣ୍ଢ, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ଭାଗ୍ୟ ବାଘ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୋନପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ଅବସରରେ ବିଜେପିରେ ଯୋଗ ଦେଇଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ସତ୍ୟଜିତ ମହାକୁର, ବିଭୀଷଣ ଦେହୁରୀ, ଜୟକୃଷ୍ଣ ପ୍ରଧାନ, ସୁରେନ୍ଦ୍ର ବିଶି, ସୁଜିତ ମହାକୁର, ଅସିତ ଧଳ, ପ୍ରମୋଦ ଜଗଦଳା, ଅଖୁଜ ଜଗଦଲା, କାହ୍ନା ବାରିକ, ବିକାଶ ମହାକୁର, ଡୁଗୁ ପ୍ରଧାନ, ବିଣ୍ଟୁ ଭୁକ୍ତା, ଦୀପକ ପ୍ରଧାନ, ମଂଜୁ ସାହୁ, ପପୁ ଧଳ, ନରୋତ୍ତମ ମହାକୁର, ଅଶୋକ ପ୍ରଧାନ, ରଘୁବୀର ଜଗଦଳା ପ୍ରମୁଖ ବିଜେପିରେ ଯୋଗ ଦେଇଥିଲେ। ମିଶ୍ରଣ ପର୍ବରେ ବଲାଙ୍ଗୀର ଲୋକସଭା କ୍ଷେତ୍ରର ବିଜେପି ପ୍ରାର୍ଥିନୀ ସଂଗୀତା କୁମାରୀ ସିଂହଦେଓ, ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା ଓ ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ।