ଘୁ.ଉଦୟଗିରି: ସ୍ଥାନୀୟ ଏନଏସି ଏବଂ ବ୍ଲକରୁ ଶତାଧିକ ଶ୍ରଦ୍ଧାଳୁ ପୁରୀ ଗ୍ରସ୍ତ କରି କୋଟି ଓଡ଼ିଆଙ୍କ ମଉଡ଼ମଣି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବୁଲି ଦେଖିଥିଲେ। ଆଧ୍ୟାତ୍ମିକ ପରିବେଶକୁ ଦେଖି ବିଭୋର ହୋଇଥିଲେ। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ନେତୃତ୍ବରେ ୧୩ଟି ୱାର୍ଡ଼ ରୁ ୨୪୦ ଜଣ ଏବଂ ବ୍ଲକ କାର୍ଯ୍ୟାଳୟ ତରଫରୁ ନୋଡାଲ ଅଫିସରଙ୍କ ତତ୍ତ୍ଵାବଧାନରେ ୮ ଟି ପଞ୍ଚାୟତରରୁ ୧୬୦ ଜଣ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗ ବୁଲି ଦେଖିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ଅଭୁଲା ଅନୁଭୂତି ସାଉଁଣ୍ଟିଛନ୍ତି।
ବିଶ୍ଵ ପ୍ରସିଦ୍ଧ ପୁରୀ ଭ୍ରମଣ ପାଇଁ ଯାଇଥିବା ଭକ୍ତ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ପ୍ରଶଂସା କରିଥିବା ବେଳେ ପରିକ୍ରମା ପ୍ରକଳ୍ପ ଦେଖି ଭାବ ବିହ୍ୱଳ ହୋଇଛନ୍ତି। ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ଵ ବେଢ଼ା ଆଉ ବର୍ତ୍ତମାନର ପରିକ୍ରମା ମାର୍ଗକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ସରକାରଙ୍କ ଅତି ସୁନ୍ଦର ପଦକ୍ଷେପ ବୋଲି କହିଛନ୍ତି ଶ୍ରଦ୍ଧାଳୁ। ଘୁ.ଉଦୟଗିରି ଏନଏସି କାର୍ଯ୍ୟାଳୟ ତରଫରୁ ଆୟୋଜିତ ଏହି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ୬ ଟି ବସ ବ୍ୟବସ୍ଥା ହୋଇଥିବା ବେଳେ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ଭାରତୀ ବେହେରା, ମୋନାଲିସା ଦଳବେହେରା, ଲିପିକା ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଛା, ନନ୍ଦିତା ପ୍ରଧାନ, ଯାକେଶ ପ୍ରଧାନ, ଦୀପକ କୁମାର ନାୟକ, ମୁକେଶ ରଞ୍ଜନ ନାୟକ, ପଙ୍କଜ ବେହେରା, କେ.ଜୀବନ ଜ୍ୟୋତି ପାତ୍ର ଭବାନୀ ପ୍ରସାଦ ବେହେରା, ପ୍ରଦୀପ କୁମାର ଶତପଥୀ, ସୁନ୍ଦରା ସୋରେନ, ଗଣେଶ ଜେନା, ମୀନ କେତନ ନାୟକ ପୁରୀ ଯାତ୍ରା ଦାୟିତ୍ଵ ରେ ଥିବା ବେଳେ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ। ସେହିପରି ବ୍ଲକ ତରଫରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ୪ ଟି ବସ ବ୍ୟବସ୍ଥା ହୋଇଥିବା ବେଳେ ନୋଡାଲ ଅଫିସର ଜ୍ୟୋତି ପ୍ରକାଶ ସାହୁ, ବିଶ୍ୱଜିତ ନାୟକ, କନକ କହଁର, ହରପ୍ରସାଦ ରାଉତରାୟ ପ୍ରମୁଖ ଦାୟିତ୍ୱ ଦାୟିତ୍ଵ ନିର୍ବାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/IMG-20240217-WA0258.jpg)