ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ: ପେଟ୍ରୋଲ ଢାଳି ସ୍ତ୍ରୀଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କଲା, ଏସ୍‌ସିବିରେ ଭର୍ତ୍ତି

ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ହଳଦା ପଞ୍ଚାୟତର ବଡବାଇକଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ବଡ଼ବାଇକଳା ଗ୍ରାମର ନିଶାଗ୍ରସ୍ତ ସନ୍ଦିପ ଗୋପାଲ ଗତ ରାତିରେ ପେଟେ ମଦ ପିଇ ଘରକୁ ଆସି ପତ୍ନୀ ସୁଭଦ୍ରା (୩୦)ଙ୍କ ସହ ଝଗଡ଼ା କରିଥିଲା। ପରେ ଉତ୍ୟକ୍ତ ହୋଇ ନିଜର ପତ୍ନୀ ଉପରେ ପେଟ୍ରୋଲ ଢ଼ାଳି ଦିଆସିଲି ମାରି ଦେଇଥିଲା। ଗୁରୁତର ଅବସ୍ଥାରେ ରାତିରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା। ପରେ ପରିସ୍ଥିତି ବିଗିଡିବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଶତକଡା ୮୦ ଭାଗରୁ ଊର୍ଦ୍ଧ୍ବ ପୋଡ଼ି ଯାଇଛି। ଏହାକୁ ନେଇ ସୁଭଦ୍ରାଙ୍କ ପୈତୃକ ପରିବାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡ ଅଁଳାଡୁବା ଗ୍ରାମ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଏନେଇ ଟାଉନ ଥାନାରେ ୧୬୫/୨୩ରେ ମାମଲା ରୁଜୁ ହେବା ସହ ଥାନାଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ ଘଟଣାକୁ ଗୁରୁତ୍ବ ସହ ବିଚାରକୁ ନେଇ ସ୍ବାମୀ ସଇତାନ ସନ୍ଦୀପ ଗୋପାଳକୁ ଅଟକ ରଖି ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ ୧୨ ବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା। ତାଙ୍କର ୧୦ ବର୍ଷର ଝିଅ ଏବଂ ୮ ବର୍ଷର ଏକ ପୁଅ ଅଛି।

ସମ୍ବନ୍ଧିତ ଖବର