କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ପଂଚାୟତ ର ଉର୍ମାଗୁଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଗ୍ରାମର ଦେବା କବାସୀ ନାମକ ଜଣେ ଆଦିବାସୀ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରି ନିଜେ ଆଜି ଘର ଭିତରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି।।
ସୂଚନା ଅନୁସାରେ ଗତକାଲି ରାତିରେ କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଦେବା ନିଜର ସ୍ତ୍ରୀ ଭୀମେ ଉପରେ ଆକ୍ରମଣ କରିଥିଲା। ସ୍ୱାମୀଙ୍କ ଦ୍ୱାରା ଆକ୍ରମଣର ଶିକାର ହେବା ପରେ ଭୀମେ ମୁଁହରେ ଗଭୀର କ୍ଷତ ହୋଇଛି। ତେବେ ଦେବା କବାସୀ ଆଜି ଭୋର ସମୟରେ ନିଜ ଘର ଭିତରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବାର ଦେଖିବକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ଏମ୍ଭି-୭୯ ପୁଲିସ ଘଟଣାସ୍ଥଳକୁ ଯାଇ ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାର ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/suicide-1.jpg)