ଝାରସୁଗୁଡ଼ା: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୁକ୍ରବାର ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସମ୍ବଲପୁରରୁ ସୁନ୍ଦରଗଡକୁ ନିଜ ମାରୁତି କାରରେ ଯାଉଥିବା ବେଳେ ‘ବିଜୁ ପଟ୍ଟନାୟକ ଏକ୍ସପ୍ରେସ ୱେ’ର ସାରସମାଲ ନିକଟରେ ଭାରସାମ୍ୟ ହରାଇ କାରଟି ରାସ୍ତା କଡ଼କୁ ଓଲଟି ପଡିଥିଲା।
ଗାଡିଟି ନାଳରେ ପଡିଥିବା ବେଳେ ବିଟିଏମ ଫାଣ୍ଡି ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଗୁରୁତର ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇବା ସମୟରେ ସ୍ୱାମୀଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ମୃତକ ହେଲେ ସୁନ୍ଦରଗଡ ଆରଆଇଟି କଲୋନିର ରାମଚନ୍ଦ୍ର ନାଏକ। ସ୍ତ୍ରୀ ଜାନକୀ ପଟେଲ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/car.jpg)