କୁଚିଣ୍ଡା: ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା ସ୍ୱାମୀ | ସମ୍ବଲପୁର, ଜିଲ୍ଲା କୁଚିଣ୍ଡା ବ୍ଲକ ମହୁଲପାଲିଥାନା ଟାଇଁସର ଗ୍ରାମପଞ୍ଚାୟତ ଫଟାଟାଙ୍ଗର ଗ୍ରାମରେ ଘରୋଇ କଳହ ଯୋଗୁଁ ମଙ୍ଗଳବାର ରାତିରେ ରଘୁ ରଣା(୪୫) ତାଙ୍କ ପତ୍ନୀ ଲିଲି ରଣା(୩୫)କୁ କିରୋସିନି ଢାଳି ହତ୍ୟା କରିଥିବା ଜଣାପଡ଼ିଛି।
ଘଟଣା ଜଣାପଡିବା ପରେ ମହୁଲପାଲି ପୁଲିସ ଆଇଆଇସି ସୁଶାନ୍ତ ଦାସ ଘଟଣାସ୍ଥଳରୁ ଶବକୁ ଉଦ୍ଧାର କରି ପତ୍ନୀହନ୍ତା ସ୍ୱାମୀକୁ ଅଟକ ରଖିଛନ୍ତି। ଆଜି କୁଚିଣ୍ଡା ଡାକ୍ତରଖାନାରେ ଶବଟିର ବ୍ୟବଛଦ କରାଯାଇଛି। ଲିଲିଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା ରୁଜୁ କରାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/fire-addd.jpg)