ଚରିତ୍ର ସନ୍ଦେହ ସହ ଯୌତୁକ ଟଙ୍କା ପାଇଁ ପତ୍ନୀଙ୍କୁ ହତ୍ୟା କଲା ମଦ୍ୟପ ସ୍ୱାମୀ

ଢେଙ୍କାନାଳ: ମଦ୍ୟପ ସାମରିକ କର୍ମଚାରୀ ସ୍ୱାମୀର ନାରକିୟ କାଣ୍ଡ। ସ୍ତ୍ରୀକୁ ହତ୍ୟା କରିବା ସହ ଶ୍ୱଶୁରକୁ ପିଟିପିଟି ଗୁରୁତର କରିଛି। ସ୍ତ୍ରୀର ଚରିତ୍ର ଓ ଯୌତୁକ ଟଙ୍କା ପାଇଁ ସ୍ୱାମୀ ହତ୍ୟା କରିଥିବାବେଳେ ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ବାଜିଚୌକ ନିକଟରେ ଏଭଳି ଘଟଣା ଘଟିଛି। ଷ୍ଟାଣ୍ଡ ଫ୍ୟାନ ରଡରେ ମୁଣ୍ଡ ଆଗପଟକୁ ପିଟି ଦେବାରୁ ସ୍ତ୍ରୀ ମମତା ମହାଳିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।ଅଭିଯୁକ୍ତ ସ୍ୱାମୀ ସତ୍ୟବ୍ରତ ମହାଳିକ ସ୍ତ୍ରୀକୁ ହତ୍ୟା କରିବା ପରେ ଟାଉନ ଥାନାରେ ଆତ୍ମସମର୍ପଣ କରିଛି।

ସୂଚନା ମୁତାବକ ଅଭିଯୁକ୍ତ ସ୍ୱାମୀ ପୁର୍ବରୁ ମଧ୍ୟ ସ୍ତ୍ରୀ ମମତା ଓ ଶ୍ୱଶୁର ଘର ଲୋକଙ୍କୁ ମଦ ପିଇ ଆସି ଗାଳିଗୁଲଜ କରିବା ସହିତ ବାଡିଆପିଟା ମଧ୍ୟ କରି ଆସୁଥିଲା। କିଛିଦିନ ତଳେ ସତ୍ୟବ୍ରତ ଚାକିରିରୁ ଆସିବାପରେ ଏଭଳି କାଣ୍ଡ ଘଟାଇବା ପାଇଁ ସ୍ତ୍ରୀ ନିଜ ବାପଘର ଲୋକଙ୍କ ସହ ରହୁଥିବା ଭଡାଘର ଆଖପାଖରେ ଘୁରି ବୁଲୁଥିଲା। ଆଜି ଭୋର ସମୟରେ ଘର ଖୋଲାଥିବା ଦେଖିବା ପରେ ସୁଯୋଗ ପାଇ ଦୁଇମହଲା ଉପରକୁ ଯାଇ ସ୍ତ୍ରୀକୁ ଷ୍ଟାଣ୍ଡ ଫ୍ୟାନ ରଡରେ ପିଟି ହତ୍ୟା କରିବା ସହ ଅଟକାଇବାକୁ ଚେଷ୍ଟା କରିବାବେଳେ ଶ୍ୱଶୁର ପଙ୍କଜ ବେହେରାଙ୍କୁ ମଧ୍ୟ ଆକ୍ରମଣ କରିଥିଲା।

ଶ୍ୱଶୁରଙ୍କ ବାମପଟ କାନରେ ଗଭୀର କ୍ଷତ ହୋଇଛି। ପୂର୍ବରୁ ମମତା ମହାଳିକ ସ୍ୱାମୀଙ୍କର ଏଭଳି ନିର୍ଯାତନା ସହି ନପାରି ଦୁଇବର୍ଷ ହେବ ଢେଙ୍କାନାଳ ଟାଉନରେ ଏକ ଭଡାଘରେ ରହି ଆସୁଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର