ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

 

ରାଇଘର: ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଧଡ଼୍ରାପାରା ଗ୍ରାମରେ । ମୃତ ମହିଳା ଜଣକ ଚମ୍ପା ଗୌଡ଼(୩୬) | ଆଜି ସକାଳେ ଡଡ୍ରାପାରା ସାହିରୁ ରାଇଘର ପୁଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟା ଘଟଣାରେ ସ୍ୱାମୀ କହ୍ନେୟା ଗୌଡ଼ଙ୍କୁ ଅଟକ ରଖିଛି ପୁଲିସ ।

ସୂଚନା ଅନୁଯାୟୀ କହ୍ନେୟା ଗୌଡ଼ ଗତ ୧୫ ବର୍ଷ ପୂର୍ବେ ଚମ୍ପା ଗୌଡ଼କୁ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ତିନୋଟି ଝିଅ ଅଛନ୍ତି। ଗତ କିଛି ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ମତାନ୍ତର ହୋଇ ଝଗଡା ହୋଇ ଆସୁଥିଲା l ପ୍ରାୟ ସମୟରେ ଚମ୍ପା କୁ ମାର୍ ପିଟ କରୁଥିଲା l ଗତକାଲି କିନ୍ତୁ ସେମାନଙ୍କ ଝଗଡା ଉଗ୍ରଋପ ନେଇଥିଲା l ଗତକାଲି ଚମ୍ପା ଅନ୍ୟତ୍ର କୁଲିକାମ କରି ୨୫୦ଟଙ୍କା ଆଣିଥିବାବେଳେ କହ୍ନେୟା ମଦ ପିଇବା ପାଇଁ ଟଙ୍କା ମାଗିଥିଲା l

ଚମ୍ପା ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା | ରାତିରେ ଚମ୍ପା ଝିଅ ମାନଙ୍କ ସହିତ ଥିବା ସମୟରେ ଅଭିଯୁକ୍ତ ଅତର୍କିତ ଆକ୍ରମଣ କରିଥିଲେ। ପ୍ରଥମେ ଏକ ଠେଙ୍ଗା ସାହାଯ୍ୟରେ ଚମ୍ପାକୁ ବାରମ୍ବାର ପିଟିବା ଫଳରେ ଚମ୍ପାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା l

ସକାଳୁ କହ୍ନେୟା ଗ୍ରାମବାସୀଙ୍କୁ ମିଛ କହିବାକୁ ଚେଷ୍ଟା କରି ଖସିଯିବାକୁ ଚେଷ୍ଟା କରୁଥିବାବେଳେ କିଛି ଲୋକ ତାକୁ କାବୁ କରିନେଇ ରାଇଘର ଥାନାରେ ଜିମା ଦେଇଥିଲେ | ଏହି ଘଟଣା ସମ୍ପର୍କରେ ଖବର ପାଇ ରାଇଘର ଥାନା ଅଧିକାରୀ ଟଙ୍କଧର ଭୋଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ଏଥିସହିତ ଏ ନେଇ ରାଇଘର ଥାନାରେ ଏକ ମାମଲା ରୁଜୁ ହୋଇଥିବା ପୁଲିସ ପ୍ରକାଶ କରିଛି |

ସମ୍ବନ୍ଧିତ ଖବର