ପତ୍ନୀଙ୍କୁ ଭୁଜାଲିରେ ହାଣି ହତ୍ୟା କରିବା ପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ଅଭିଯୁକ୍ତ ସ୍ୱାମୀ

ରାଉରକେଲା: ଅତି ବୀଭତ୍ସଭାବେ ନିଜ ପତ୍ନୀଙ୍କୁ ଭୂଜାଲିରେ ହାଣି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହରେ ପେଟ୍ରୋଲ ଢ଼ାଳି ନିଆଁଁ ଲଗାଇ ଦେଇଛନ୍ତି ଜଣେ ସ୍ୱାମୀ। ଏହି ଅମାନୁଷିକ ବୀଭତ୍ସ କାଣ୍ଡ ଘଟାଇ ସାରିବା ପରେ ଯୁବକ ଜଣକ ଆସି ରାଉରକେଲାର ଉଦିତନଗର ଥାନାରେ ଆତ୍ମସମର୍ପଣ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ମାଲଗୋଦମା ବସ୍ତିରେ ଟ୍ରକ୍‌ ଡ୍ରାଇଭର ସୁରଜିତ ଜୋଜୋ ଏବଂ ତାଙ୍କ ପତ୍ନୀ ଦିବ୍ୟା ଓରାମ (୨୬ ବର୍ଷ) ରହନ୍ତି। ତେବେ ବିଭିନ୍ନ କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳିଗୋଳ ଲାଗିଥାଏ। ଗତକାଲି ରାତିରେ ଉଭୟ ପତିପତ୍ନୀଙ୍କ ପଧ୍ୟରେ ପାଟିତୁଣ୍ଡ ଲାଗିଥିବା ବେଳେ ଉତ୍ତ୍ୟକ୍ତ ସୁରଜିତ ଏକ ଭୁଜାଲିରେ ପତ୍ନୀ ଦିବ୍ୟାଙ୍କୁ ହାଣି ହତ୍ୟା କରିଥିଲେ। ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଦିବ୍ୟାଙ୍କ ମୃତଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ପରେ ସେ ଯାଇ ଉଦିତନଗର ଥାନାରେ ଆତ୍ମସମର୍ପଣ କରିଥିଲେ। ସୁରଜିତଙ୍କ ଆତ୍ମସମର୍ପଣ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର