ଗତ ୧୦ ତାରିଖ ଦିନ କବିସୂର୍ଯ୍ୟନଗର ଥାନା ଅର୍ଜୁନପଲ୍ଲୀ ଗାଁ କାଜୁ ତୋଟାରୁ ଜଣେ ଅଜ୍ଞାତ ମହିଳାଙ୍କ ଶବ ପୁଲିସ ଜବତ କରିଥିଲା। ତଦନ୍ତ ପରେ ଶବଟି ବ୍ରହ୍ମପୁର ସଦର ଥାନା ନୂଆଗାଁ ରାମଚନ୍ଦ୍ରପୁରର ଲିଲି ନାୟକଙ୍କର ବୋଲି ଜଣା ପଡ଼ିଥିଲା। ପୁଲିସ କହିବା ପ୍ରକାରେ, ଲିଲିଙ୍କୁ ଯୋଜନାବଦ୍ଧ ଭାବେ ତାଙ୍କ ସ୍ୱାମୀ ସାଙ୍ଗରେ ନେଇ କବିସୂର୍ଯ୍ୟନଗର ବାଉଁଶିଆ ପଂଚାୟତର ଅର୍ଜୁନପଲ୍ଲୀରେ ରହୁଥିବା ପ୍ରେମିକା ରେଣୁ ନାହାକଙ୍କ ଘରକୁ ବକେୟା ଟଙ୍କା ମାଗିବା ବାହାନାରେ ଆସିଥିଲେ। ସେଠାରେ ୩ ହଜାର ଟଙ୍କା ବକେୟା ଥିବା କହି ସ୍ୱାମୀ ଶଙ୍କରଙ୍କ ଉପସ୍ଥିତିରେ ଲିଲି ଓ ରେଣୁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ସମୟରେ ପୂର୍ବ ଯୋଜନା ମୁତାବକ ସ୍ବାମୀ ଶଙ୍କର ଓ ପ୍ରେମିକା ରେଣୁ ମିଶି ଲିଲିଙ୍କୁ ଶାବଳରେ ଆକ୍ରମଣ କରି ହତ୍ୟା କରିଥିଲେ। ପରେ ନିକଟସ୍ଥ କାଜୁ ଜଙ୍ଗଲରେ ଶବକୁ ଫିଙ୍ଗି ଦେଇଥିଲେ। ସେହିଦିନ ଠାରୁ ଶଙ୍କର ଫେରାର ଥିବା ବେଳେ ରେଣୁ ଘରେ ଥିଲା । ଏ ନେଇ ମୃତା ଲିଲିଙ୍କ ମାଆ ଶଙ୍କର ହିଁ ହତ୍ୟା କରିଥିବା ଅଭିଯୋଗ ଆଣିଥିବା ବେଳେ ପୁଲିସ ଛାନ୍ଭିନ୍ ଚଳାଇଥିଲା। ସନ୍ଦେହରେ ରେଣୁର ମୋବାଇଲ୍ ଟ୍ରାକିଂ କରିବା ପରେ ରହସ୍ୟ ପଦାକୁ ଆସିଥିଲା। ଶଙ୍କର ଓ ରେଣୁ ବାହାର ରାଜ୍ୟରେ ଦାଦନ ଭାବେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେଣୁ ଲିଲିଙ୍କୁ ମାରିବା ପାଇଁ ଏହା ପ୍ରାୟୋଜିତ ଯୋଜନା ଥିଲା ବୋଲି ଲିଲିଙ୍କ ମାଆ ଡମୁଣୀ ନାୟକ ଅଭିଯୋଗ କରିଥିଲେ।