ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ ଦେଓଭବନପୁର ଗାଁରେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ଟାଙ୍ଗିିଆରେ ହାଣି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ ସିମ୍ଡେଗା ଅଞ୍ଚଳର ଜଗଦୀଶ ମାଝି (୨୫ ବର୍ଷ) ତାଙ୍କ ପତ୍ନୀ ସସ୍ମିତା ମାଝି( ୨୨ ବର୍ଷ) ଗତ ରବିବାର ଦିନ ତାଙ୍କ ମିତ ଘରକୁ ବୁଲିବା ପାଇଁ ଦେଓଭବନପୁର ଆସିଥିଲେ। ତେବେ ଆଜି ଭୋରରୁ ସସ୍ମିତାଙ୍କର ତାଙ୍କ ବନ୍ଧୁୁଙ୍କ ସହିତ ଅନୈତିକ ସମ୍ପର୍କ ଥିବା ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉତ୍ତ୍ୟକ୍ତ ଜଗଦୀଶ ଘର ଭିତରେ ଥିବା ଏକ ଟାଙ୍ଗିିଆରେ ସସ୍ମିତାଙ୍କୁ ହାଣି ହତ୍ୟା କରି ଫୋରାର ହୋଇଯାଇଛନ୍ତି ବୋଲି ପୁଲିସ ଆଶଙ୍କା କରୁଛି।
ସୁନ୍ଦରଗଡ଼: ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀକୁ ହତ୍ୟା କରି ସ୍ୱାମୀ ଫେରାର
/sambad/media/post_attachments/wp-content/uploads/2018/01/Murder_Graphic-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)