ଦିଗପହଣ୍ଡି: ପତ୍ନୀଙ୍କ ତଣ୍ଟିକାଟି ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସାମ୍ଭାବ୍ୟ ସ୍ୱାମୀସ୍ତ୍ରୀ କଳହରୁ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ୨ ବର୍ଷର ପୁଅ ସାମ୍‌ନାରେ ନିଜ ପତ୍ନୀଙ୍କ ତଣ୍ଟିକାଟି ହତ୍ୟା କରିବା ପରେ ମାନସିକ ଭାରସାମ୍ୟ ହରାଇ ନିଜ ବେକରେ ଫାଶି ଳଗାଇ ଆତ୍ମହତ୍ୟା କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡ଼ଡ଼ୁଙ୍ଗୁଳା ଗ୍ରାମର ବାଙ୍କିଆ ସେଠୀ ଭୁବନେଶ୍ୱରରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ସେ ପ୍ରାୟ ୪ ବର୍ଷ ହେବ ଓଡ଼ାସିଙ୍ଗ ଗ୍ରାମର ସନ୍ତୋଷିନୀ ସେଠୀଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ଏକ ୨ ବର୍ଷର ପୁଅ ରହିଛି। ଗତ ୪ ମାସ ହେବ ବାଙ୍କିଆ ଓ ସନ୍ତୋଷିନୀ ବାଗଡ଼ ମେନ୍‌ରୋଡରେ ଥିବା ସୁଲୋଚନା ପାତ୍ରଙ୍କ ଘରେ ଭଡ଼ା ନେଇ ରହୁଥିଲେ। ପତ୍ନୀ ସନ୍ତୋଷିିନୀଙ୍କୁ ଭଡ଼ା ଘରେ ରଖି ବାଙ୍କିଆ ଭୁବନେଶ୍ୱରକୁ କାମ କରିବକୁ ଆସିଥିଲେ। ମାତ୍ର ୪ଦିନ ତଳେ ସେ ଘରକୁ ଫେରିଥିଲେ। ତେବେ କୌଣସି କାରଣରୁ ଆଜି ସକାଳେ ସ୍ୱାମୀସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ ଘଟିବାରୁ ବାଙ୍କି ପତ୍ନୀ ସନ୍ତୋଷିନୀଙ୍କ ତଣ୍ଟିକୁ କାଟିଦେଇ ନିଜ ବେକରେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ। ତେବେ ଗୁରୁତର ଅବସ୍ଥାରେ ସନ୍ତୋଷିିନୀଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର