କୋଇଡାରେ ପୁଣି ପାରିବାରିକ କଳହ ଯୋଗୁଁ ହତ୍ୟା, ଠେଙ୍ଗାରେ ପିଟି ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ଭଗବାନଙ୍କ ଭରସାରେ ୭ କୁନି ପିଲାଙ୍କ ଜୀବନ, ଶିକ୍ଷା ଓ ସଚେତନତା ଅଭାବରୁ ବାରମ୍ବାର ଗଡୁଛି ମୁଣ୍ଡ

କୋଇଡା: ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅଂଚଳରେ ପୁଣି ଥରେ ପାରିବାରିକ ହିଂସା ଦେଖାଯାଇଛି। ସ୍ୱାମୀର ଠେଙ୍ଗାମାଡ଼ରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ମାଲଦା ପଞ୍ଚାୟତ ଅନ୍ତର୍ଗତ ଦଳିତା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଜପ ମୁଣ୍ଡା।

ସୂଚନା ଅନୁସାରେ କୌଣସି କାରଣକୁ ନେଇ ରମେଶ ମୁଣ୍ଡା ଓ ତା’ର ସ୍ତ୍ରୀ ଜପ ମୁଣ୍ଡାଙ୍କ ମଧ୍ୟରେ ପାରିବାରିକ କଳହ ହୋଇଥିଲା। ଏଥିରେ ରମେଶ ଉତ୍ତେଜିତ ହୋଇ ନିଜ ସ୍ତ୍ରୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା। ଠେଙ୍ଗାରେ ପିଟିପିଟି ହତ୍ୟା କରିଦେଇଥିଲା। ହତ୍ୟା ସମ୍ପର୍କରେ ଗ୍ରାମବାସୀ ଓ ସରପଞ୍ଚ କୋଇଡା ପୁଲିସ୍‌କୁ ଅବଗତ କରିଥିଲେ। ଘଟଣାସ୍ଥଳରେ ପୁଲିସ୍‌ ସମେତ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ଉଦ୍ଧାର କରିଥିବା ବେଳେ ସ୍ୱାମୀକୁ ପୁଲିସ୍‌ ଅଟକ ରହିଥିବା ଜଣାପଡିଛି। ଅନ୍ୟପଟରେ ପରିବାରର ସାତ କୁନି ଶିଶୁ ଅସହାୟ ହୋଇ ପଡିଛନ୍ତି। ସ୍ଥାନୀୟ ପ୍ରସାଶନକୁ ଶୀଘ୍ର ଶିଶୁଙ୍କ ଥଇଥାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, କୋଇଡା ଅଂଚଳରେ ବିଗତ ୨ ବର୍ଷ ମଧ୍ୟରେ ପାରିବାରିକ କହଳ ଯୋଗୁଁ ଏକାଧିକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ୨୦୧୯ରେ ଜାନୁଆରି ୨୬ ତାରିଖରେ ମାଲଦା ପଂଚାୟତର ବଡ଼ଇନ୍ଦୁପୁର ଚନ୍ଦାସାହିରେ ଗୋଟିଏ ପରିବାରର ଜଣେ ଶିଶୁ ସମେତ ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ପରେ ମୃତଦେହ ଗୁଡ଼ିକ ପରିତ୍ୟକ୍ତ ନଳକୂପରେ ପକାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର