ଝାରବନ୍ଧ : ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅନ୍ତର୍ଗତ ଜାମପାଲି ଗ୍ରାମରେ ଜଣେ ବୃଦ୍ଧ ନିଜ ବୃଦ୍ଧା ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରିଛି। ପୁଅ ଟଙ୍କଧର ସାହୁ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଶନିବାର ରାତି ପ୍ରାୟ ଦେଢ଼ଟା ସମୟରେ ପିତା ଶିବପ୍ରସାଦ ସାହୁ (୭୦) କୌଣସି କାରଣରୁ ଉତ୍କ୍ଷିପ୍ତ ହୋଇ ମା' ଶ୍ରୀୟା(୬୫)ଙ୍କୁ କୋଦାଳରେ ହାଣି ପକାଇଥିଲେ। ସ୍ବାଭାବିକ ଦିନ ଭଳି ଖିଆପିଆ ସାରି ସମସ୍ତେ ନିଜ ନିଜ କୋଠରୀରେ ଶୋଇଥିଲେ। ଶ୍ରୀୟା କୋଠରୀ ଭିତରେ ଏବଂ ଶିବ ବାରଣ୍ଡାରେ ଶୋଇଥିଲେ।
ରାତିରେ କିଛି ଶବ୍ଦ ହେବାରୁ ଟଙ୍କଧର କବାଟ ଖୋଲି ବାହାରିଥିଲେ। ଘର ଭିତରେ ମା'ଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ଦେଖିଥିଲେ। ଟଙ୍କଧର ପଡ଼େଶୀଙ୍କୁ ଡାକିଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଂଚିଥିଲା। ଟଙ୍କଧର ପୁଲିସ ଆଗରେ ବୟାନ ଦେଇଛନ୍ତି ଯେ, ତାଙ୍କ ପିତାଙ୍କ ମାନସିକ ବିକୃତି ରହିଥିଲା। ଚିକିତ୍ସା ପାଇଁ ନେବା ପୂର୍ବରୁ ସେ ଏଭଳି କାଣ୍ଡ ଭିଆଇଛନ୍ତି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ କୋଦାଳ ଜବତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/18-1.jpg)