ରାଉରକେଲା : ସୁନ୍ଦରଗଡ ମହୁଲପଦା ଥାନା ଅନ୍ତର୍ଗତ ଊପରଗିନିଆ ଗାଁ ନିକଟ ଜଙ୍ଗଲରେ ମାଟି ତଳେ ପୋତା ଯାଇଥିବା ଜଣେ ମହିଳାଙ୍କ ଶବକୁ ପୁଲିସ ଉଦ୍ଧାର କରିଛି । ମାଜିଷ୍ଟ୍ରେଟ ଓ ସାଣ୍ଟିଫିକ ଟିମଙ୍କ ଉପସ୍ଥିତିରେ ମହୁଲପଦା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତ ମହିଳା ଜଣଙ୍କ ହେଲେ ସମ୍ବାରି ମୁଣ୍ଡା। ଘଟଣାରେ ଗିରଫ ଅଭିଯୁକ୍ତ ସ୍ୱାମୀଙ୍କ ନାମ ନେପାଳ ମୁଣ୍ଡା (୩୨) ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନାମୁତାବକ, ଉପରଗିନିଆ ଗାଁର ନେପାଳ ମୁଣ୍ଡା ସମ୍ବାରିଙ୍କୁ ବିବାହ କରିଥିଲା। ଗତ ପ୍ରାୟ ଚାଳିଶ ଦିନ ତଳେ ପତ୍ନୀ ଫୁଲଝର ନାଳକୁ ଶୌଚ ହେବାକୁ ଯାଇଥିବା ସମୟରେ ନେପାଳ ତାଙ୍କୁ ସେଠାରେ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ସମ୍ବାରିଙ୍କୁ ନିକଟ ଜଙ୍ଗଲରେ ମାଟି ଖୋଳି ପୋତି ଦେଇଥିଲା। ସମ୍ବାରି ନିଖୋଜ ପରେ ବାପା ବିର୍ଶା ମୁଣ୍ଡା ଓ ତାର ଭାଇ ଦାମୁ ମୁଣ୍ଡା ମହୁଲପଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
/sambad/media/post_attachments/wp-content/uploads/2020/07/WhatsApp-Image-2020-07-21-at-15.43.21-169x300.jpeg)
ଫଳରେ ମହୁଲପଦା ଥାନା ଅଧିକାରୀ ରାଜେଶ କୁମାର ନାୟକ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପଚରା ଉଚରା ବେଳେ ନେପାଳ ତାର ସ୍ତ୍ରୀକୁ ହତ୍ୟା କରିଛି ବୋଲି ସ୍ୱୀକାର କରିଥିଲା। ଆଜି ମାଟି ତଳୁ ସମ୍ବାରିଙ୍କ ଗଳିତ ଶବ ଉଦ୍ଧାର କରିଛି ପୁଲିସ। ମାଜିଷ୍ଟ୍ରେଟ ଲହୁଣୀପଡା ଆସିଷ୍ଟାଣ୍ଟ ତହସିଲଦାରଙ୍କ ଉପସ୍ଥିତ ଏହି ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇ ଥିବା ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/WhatsApp-Image-2020-07-21-at-15.42.56.jpeg)