ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କଲା ମଦ୍ୟପ ସ୍ୱାମୀ

କୋରାପୁଟ: ପାରିବାରିକ କଳହର କରୁଣ ପରିଣତି । ମଦ୍ୟପ ସ୍ୱାମୀର ଶାବଳ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ୱାମୀକୁ ଗିରଫ କରାଯାଇଛି । ଘଟଣାସ୍ଥଳରେ କୋରାପୁଟ ଟାଉନ ପୁଲିସ ଓ ଫୋରନେସିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । କୋରାପୁଟ ସହର ଭୂଦାନ କଲୋନୀରେ ଏହି ଘଟଣା ଘଟିଛି । ପାହାନ୍ତିଆରୁ ଘରେ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ବଚସା ହୋଇଥିଲା । ଦୁହେଁ ଏକ ସ୍ଥାନୀୟ ହୋଟେଲରେ କାମ କରୁଥିଲେ ।

କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବାବେଳେ ଉତ୍ୟକ୍ତ ସ୍ୱାମୀ ଏକ ଶାବଳରେ ସ୍ତ୍ରୀକୁ ମାରିଦେଇଥିଲେ |ଘର ମାଲିକ ଘଟଣା ବାବଦରେ ଜାଣିବା ପରେ ପୁଲିସକୁ ଫୋନ କରିଥିଲେ | ପୁଲିସ ଆସି କବାଟ ଭାଙ୍ଗି ସ୍ୱାମୀକୁ ଗିରଫ କରିଥିଲା । ତେବେ ବର୍ତ୍ତମାନ ତଦନ୍ତ ଜାରି ରହିଥିବା କୋରାପୁଟ ଏସଡ଼ିପିଓ ମନୋଜ ପୂଜାରୀ କହିଛନ୍ତି।

ସମ୍ବନ୍ଧିତ ଖବର