ପ୍ରଥମ ପତ୍ନୀଙ୍କୁ ହତ୍ୟା ମାମଲାରେ ସ୍ୱାମୀ ଓ ଦ୍ୱିତୀୟ ପତ୍ନୀଙ୍କୁ ଆଜୀବନ କାରାଦଣ୍ଡ, ୨୦ ହଜାର ଟଙ୍କା ଜରିମାନା

କେନ୍ଦ୍ରାପଡ଼ା: ପ୍ରଥମ ସ୍ତ୍ରୀଙ୍କୁ ହତ୍ୟା ମାମଲାରେ ସ୍ୱାମୀ ଓ ଦ୍ୱିତୀୟ ସ୍ତ୍ରୀଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ ଗୁରୁବାର ଏହି ଦଣ୍ଡାଦେଶ ଦେଇଛନ୍ତି। ଘଟଣା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଗଜରାଜପୁର ଗାଁରେ ମହିଳାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ୨୦୧୫ ଡିସେମ୍ବରରେ ଘଟିଥିଲା।

ଘଟଣା ଦିନ ସ୍ୱାମୀ ଓ ଦ୍ୱିତୀୟ ସ୍ତ୍ରୀ ମିଶି ପ୍ରଥମ ସ୍ତ୍ରୀଙ୍କୁ ଅତି ନିର୍ଦୟ ଭାବେ ପିଟିଥିଲେ। ନିସ୍ତୁକ ମାଡ଼ ପାଇବା ପରେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଥିଲା। ଦୀର୍ଘ ୪ ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି। ଜିଲ୍ଲା ଦୌରା ଜଜ ସାକ୍ଷୀମାନଙ୍କର ବୟାନକୁ ପ୍ରମାଣିତ କରି ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର