ପହାଡ଼ ରାସ୍ତାରୁ ମାଟି ଅତଡ଼ା ଖସି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କଚରାପାରା ଗ୍ରାମ ନିକଟରେ ଆଜି ଅପରାହ୍ନରେ ମାଟି ଅତଡ଼ା ଖସି ଜଣେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ନିକଟରେ ରହିଥିବା ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ନାଗପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ବ୍ୟକ୍ତି ଜଣକ ହେଲେ ନାଗପୁର ଅଞ୍ଚଳର ନୀତିସ ୟାଦବ (୪୦) ଏବଂ ତାଙ୍କ ପତ୍ନୀ ସୁନିତା ୟାଦବ ବୋଲି ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ଭାରତମାଳା ଯୋଜନାରେ ତିଆରି ହେଉଛି ରାସ୍ତା। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଚରାପାରା (ଆଦିବାସୀ) ଗ୍ରାମ ନିକଟ ଦେଇ ଯାଉଥିବା ଏହିି ରାସ୍ତାଟି ପାହାଡ କାଟି ଉଭୟ ପାର୍ଶ୍ବରେ ଗାର୍ଡ ୱାଲ୍ ତିଆରି ଚାଲିଛି। ଆଜି ଅପରାହ୍ନରେ ଏହିି ଗାର୍ଡ ୱାଲ୍ ତିଆରି ସମୟରେ ହଟାତ ବର୍ଷା ଯୋଗୁଁ ପାହାଡରୁ ମାଟି ଅତଡ଼ା ଖସି ଗାଢ ଉଆଲ ଉପରେ ପଡ଼ି ଯାଇଥିଲା।

ଉକ୍ତ ସ୍ଥାନରେ କିଛି ଶ୍ରମିକଙ୍କ ସହିତ ନୀତିସ ଏବଂ ସୁନିତା ମଧ୍ୟ କାମ କରୁଥିବା ବେଳେ ସେମାନଙ୍କ ଉପରେ ପଥର ଓ ମାଟି ଅତଡ଼ା ପଡିବାରୁ ନୀତିସଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ ହୋଇଥିଲା। ଏଥିସହିତ ତାଙ୍କ ସୁନିତା ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ହୋଇ ପ୍ରଥମେ ଉମେରକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସୁନିତାଙ୍କ ହାତ ଏବଂ ଗୋଡ ଭାଙ୍ଗିଯିବାରୁ ଅଧିକ ଚିକିତ୍ସା ପାଇଁ ନାଗପୁର ନେଇଥିବା ସୂଚନା ମିଳିଛି। ଖବର ପାଇ ରାଇଘର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ନୀତିସଙ୍କ ମର ଶରୀରକୁ ଉମରକୋଟ ମେଡିକାଲକୁ ନିଆଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର