ଥୁଆପାଲି: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଋଷୁଡା ଫାଣ୍ଡି ଡାଲବ ଛକରେ ରବିବାର ଅପରାହ୍ନ ଗୋଟାଏରେ ଏକ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଅତାବିରା ଥାନା ଗୁର୍ଖାପାଲିର ରୋହିତ ଭୋସାଗର (୩୦)। ଅନ୍ୟ ଜଣେ ଗୁରୁତର ଅାହତ ଭେଡ଼େନ ଥାନା ଭେଜିପାଲିର ଉପିନ ତାଣ୍ଡି ବୋଲି ଜଣାପଡିଛି।
ରୋହିତ ଓ ଉପିନ ଏକ ବାଇକ୍(ଓଡି୩୧ଏ-୦୨୧୨)ରେ ସାଲନା ପଟରୁ ଆସୁଥିଲେ।
ସେମାନେ ଟେମ୍ପୁକୁ ଓଭରଟେକ କଲାବେଳେ ସମାନ ସେହି ପଟରୁ ଆସୁଥିବା ଏକ ବାଲି ବୋଝେଇ ହାଇୱା (ଓଆର୧୯ଇ-୬୯୧୧)ସହ ଧକ୍କା ହେବାରୁ ସେଠାରେ ଉଭୟ ବାଇକ୍ ଆରୋହୀ ରାସ୍ତାରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ରୋହିତଙ୍କୁ ମୃତ ଘୋଷଣା କରିଥିଲେ। ଉପିନ ସେଠାରେ ଚିକିତ୍ସାଧୀନ ଅଛନ୍ତି।
ଉପିନ ବାଇକ ଚଳାଉଥିବା ବେଳେ ମୃତ ରୋହିତ ପଛରେ ବସିଥିଲେ। ହାଇୱା ଡ୍ରାଇଭର ଗାଡ଼ି ଛାଡି ଫେରାର ମାରିଥିବାବେଳେ ଫାଣ୍ଡି ପୁଲିସ ଉଭୟ ଗାଡିକୁ ଜବଡ଼ କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରୁଷୁଡ଼ା ଫାଣ୍ଡିରେ ଅଭିଯୋଗ ହୋଇନଥିବା ଫାଣ୍ଡି ଅଧିକାରୀ ଗଣେଶ କଲେତ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/01_11_2018-truck_bike_accident_18595780.jpg)