କେନ୍ଦ୍ରାପଡ଼ା: ହାଇଓ୍ଵା-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୨ ଆହତ

କେନ୍ଦ୍ରାପଡ଼ା: ଆଜି ସକାଳେ କଟକ – ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ନିକଟରେ ଗୋଟିଏ ହାଇଓ୍ଵା ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଦୁଇଟି ଗାଡ଼ିର ଡ୍ରାଇଭର ଆହତ ହୋଇଛନ୍ତି ।ଖବରପାଇି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହି ଦୁର୍ଘଟଣା ଯୋଗୁଁ କିଛି ସମୟ ଧରି କଟକ- ଚାନ୍ଦବାଲି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର