ତାଳଚେର: ଆଜି ସକାଳେ ଏମସିଏଲର ଲିଙ୍ଗରାଜ ମାଇନ୍ସ ଭିତରେ ଏକ ଦୁର୍ଘଟଣାରେ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। କୋଇଲା ଅନଲୋଡ୍ କରି ଏକ ହାଇଓ୍ଵା ଡମ୍ପରଟି ଫେରୁଥିବା ବେଳେ ଏକ ବୋଲେରୋ ଉପରେ ଚଢ଼ିଯାଇଥିଲା। ବୋଲେରୋରେ ସେତେବେଳେ ୩ ଜଣ ଶ୍ରମିକ ଥିଲେ। ତେବେ ସଙ୍ଗେସଙ୍ଗେ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛିି। ଏହି ଦୁର୍ଘଟଣାରେ ବୋଲେରୋ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଲିଙ୍ଗରାଜ ମାଇନ୍ସ ଭିତରେ ଏକ ଡମ୍ପର କାର୍ଯ୍ୟ ସାରି ରେଷ୍ଟ ସେଡ୍କୁ ଫେରୁଥିବା ବେଳେ ଶ୍ରମିକ ମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ ଏକ ବୋଲେରୋ ରାସ୍ତା କଡ଼ରେ ରଖାଯାଇଥିଲା। ସେହିି ସମୟରେ ବୋଲେରୋ ଭିତରେ ୩ ଜଣ ଶ୍ରମିକ ଥିଲେ। ତେବେ ହଠାତ ହାଇଓ୍ଵାଟି ବୋଲେରୋ ଉପରେ ଚଢ଼ିଯିବାରୁ ଶ୍ରମିକମାନଙ୍କ ମଧ୍ୟରୁ ୨ ଜଣ ଆହତ ହୋଇ ସେଥିରୁ ବାହାରି ଆସିଥିଲେ ମଧ୍ୟ ଜଣେ ରହିଯାଇଥିଲେ। ପରେ ତାଙ୍କୁ ମଧ୍ୟ ଆହତ ଭାବେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ତାଳଚେର: ବୋଲେରୋ ଉପରେ ଚଢ଼ିଗଲା ଡମ୍ପର, ୨ ଶ୍ରମିକ ଆହତ
/sambad/media/post_attachments/wp-content/uploads/2018/10/talcher.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)