ଖୋର୍ଦ୍ଧା: ଦୋକାନ ଉପରେ ଚଢ଼ିଗଲା ହାଇଓ୍ଵା, ୪ ଗୁରୁତର

ଖୋର୍ଦ୍ଧା: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ବଜାର ଉପରେ ଥିବା ଏକ ଦୋକାନ ଉପରେ ଏକ ଚିପ୍‌ସ ବୋଝେଇ ହାଇଓ୍ଵା ଗାଡ଼ି ଚଢ଼ିଯାଇଛିା। ଭାରସାମ୍ୟ ହରାଇ ହାଇଓ୍ଵାଟି ଦୋକାନ ଉପରେ ଚଢ଼ିଯବା ଫଳରେ ଦୋକାନ ଭିତରେ ଥିବା ୪ ଜଣ ଗୁରୁତର ଭାବ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପୁଲିସ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଡାକ୍ତରଖାନରକୁ ପଠାଇଛି। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର