ଖୋର୍ଦ୍ଧା: ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ହେମନ୍ତ କୁମାର ନାୟକ ଆଜି ଖୋର୍ଦ୍ଧା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଗସ୍ତ କରି ସମୀକ୍ଷା କରିଛନ୍ତି। ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ପୁଷ୍ପାଂଜଳୀ ପାଇକରାୟ, ରଘୁନାଥ ସେଠୀ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲ। ସମୀକ୍ଷା ବୈଠକରେ କାର୍ଯ୍ୟାଳୟର କର୍ମଚାରୀଙ୍କ ଅଭାବ ସମ୍ପର୍କରେ ସୂଚିତ କରିଥିଲେ।
ଉପନିର୍ଦେଶକ ଏନେଇ ବିଭାଗର ପଦସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପତି କରି ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ। ଖୋର୍ଦ୍ଧା ପାଠାଗାର ପରିଦର୍ଶନ କରିବା ପରେ ବେଗୁନିଆରେ ଥିବା ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲେ। ଏହି ଗସ୍ତକାର୍ଯ୍ୟକ୍ରମରେ ବିଭାଗର ଅନ୍ୟକର୍ମଚାରୀ ମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/I-and-PR-deputy-Director-at-Khordha.jpeg)