ଭିଜିଲାନସ ଜାଲରେ ଆଇସିଡିଏସ ସୁପରଭାଇଜର

ଜୟପୁର: ମାଲକାନଗିରି ଆଇସିଡିଏସର ସୁପରଭାଇଜର ଗୀତାଞ୍ଜଳି ସ୍ୱାଇଁ ଭିଜିଲାନସ ଜାଲରେ। ସେ ଆଜି ଜଣେ ଅଂଗନବାଡି କର୍ମୀଙ୍କ ଠାରୁ ୪୫୦୦ ଟଂକା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଡିଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଇନସପେକ୍ଟର ରୁପଧର ନାୟକ, କେକେ ପଟ୍ଟନାୟକ ପ୍ରମୁଖ ଚଢାଉ କରି ଗୀତାଞ୍ଜଳିଙ୍କୁ ଗିରଫ କରିଥିଲେ।

ଘଟଣା ଅନୁଯାୟୀ ପାଣ୍ଡ୍ରିପାଣି ପଞ୍ଚାୟତର କାଣ୍ଡକିଗୁଡା ସେଣ୍ଟରର ଅଂଗନବାଡି ଦିଦି ଗାୟତ୍ରୀ ନାୟକ ଏବଂ ଅନ୍ୟ ତିନି ଜଣ ଅଂଗନବାଡି ଦିଦିଙ୍କର ଗରମ ରନ୍ଧା ଖାଦ୍ୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପାଇଁ ଶାଢୀ କିଣାର ବିଲ ପାସ କରିବା ପାଇଁ ସେମାନଙ୍କ ଠାରୁ ୪୫୦୦ ଟଂକା ଲାଞ୍ଚ ମାଗିଥିଲେ। ତେବେ ଏନେଇ ଗାୟତ୍ରୀ ନାୟକ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ନିକଟରେ ଫେରାଦ ହୋଇଥିଲେ। ଯାହାଫଳରେ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ଆଜି ଶ୍ରୀମତି ସ୍ୱାଇଁ ଟଙ୍କା ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲେ।

ମାଲକାନଗିରିସ୍ଥିତ ଘରକୁ ମଧ୍ୟ ଭିଜିଲାନସ ବିଭାଗର କର୍ମଚାରୀ ଚଢାଉ କରିଥିଲେ। ତେବେ ତାଙ୍କ ନିକଟରୁ କେତେ ଟଙ୍କା ଏବଂ କେତେ ସଂପତ୍ତି ରହିଛି ଜଣାପଡି ନାହିଁ। ତଦନ୍ତ ପରେ ସବୁ ଜଣାପଡିବ ବୋଲି କୁହାଯାଇଛି।

ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାରେ ସମନ୍ଵିତ ଶିଶୁ ବିକାଶ କେନ୍ଦ୍ରଗୁଡିକରେ ହେଉଥିବା ଦୁର୍ନୀତିକୁ ନେଇ ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଲୋକେ ଫେରାଦ ହେଉଥିଲେ ମଧ୍ୟ ତୁ ଗୁହାରି କରିଛୁ ଯାହାକୁ ମୁଁ କରିଛି ତାହାକୁ ସଦୃଶ୍ୟ ପ୍ରଶାସନ ଚୁପ ହୋଇ ବସି ରହିବା କାହା ସ୍ୱାର୍ଥରେ ବୋଲି ଏବେ ସାଧାରଣରେ ପ୍ରଶ୍ନ କରାଯାଇଛି। ଖେଳନା କିଣା ଦୁର୍ନୀତି ହେଉ ବା ଛତୁଆ ଦୁର୍ନୀତି ହେଉ ଜିଲ୍ଲାରେ ଏହି ବିଭାଗରେ କୋଟି କୋଟି ଟଙ୍କାର ହେରଫେର ହେଉଥିବା ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ ହୋଇବସି ରହିବା ସଂଦେହ ଘେରକୁ ଟାଣି ଆଣୁଛି।

ଆସିଡିଏସରେ କେବଳ ଏହି ଜଣେ ସୁପର ଭାଇଜର ଟଂକା ନେଉନାହାନ୍ତି, ବରଂ ଅଂଗନବାଡି ଦିଦିମାନଙ୍କୁ ଜୋରଜବରଦସ୍ତ ବିବିନ୍ନ ଭାବରେ ମାନସିକ ନିର୍ଯାତନା ଦେଇ ଟଂକା ଆଦାୟ କରାଯାଉଛି, ଯାହାକୁ ଅଂଗନବାଡି ଦିଦିମାନେ ସହ୍ୟ କରିଯାଉଛନ୍ତି। କିନ୍ତୁ କାହା ଆଗରେ ପଦେ କଥା କହୁନାହାନ୍ତି ଏହି ବିଭାଗର ଉଚ୍ଚପଦାଧୀକାରୀମାନେ। ତେବେ ବିରି ମାଡରେ କୋଳଥ ଚେପଟା ସଦୃଶ୍ୟ ଯେଉଁମାନେ ଅଂଗନବାଡି ଦିଦିଙ୍କ ଠାରୁ ଡରାଇ ଧମକାଇ ଲାଞ୍ଚ ନେଉଥିଲେ ସେମାନେ ଏବେ ଏହା ନେବାକୁ ଭୟ କରିବେ ବୋଲି ସାଧାରଣରେ ବେଶ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର