ପ୍ରକାଶ ପାଇଲା ଆଇସିଏସଇ ମାଟ୍ରିକ ପରୀକ୍ଷା ଫଳାଫଳ ; ନୂଆପଡା ଜିଲ୍ଲାର ସୃଷ୍ଟି ବଂଶଲ ୯୪ ପ୍ରତିଶତ ରଖି ଜିଲ୍ଲା ଟପର

ନୂଆପଡ଼ା: ଚଳିତ ବର୍ଷ ଆଇସିଏସଇ ମାଟ୍ରିକ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଏଥିରେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ର ସୃଷ୍ଟି ବଂଶଲ ୯୪ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଟପର ହୋଇଛନ୍ତି । ଏହି ଖବର ଶୁଣି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଛା ଦେବାସହ ସୃଷ୍ଟି ବଂଶଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସୃଷ୍ଟି ବଂଶଲ ନୂଆପଡ଼ା ଜିଲ୍ଲାର ଖରିଆର ରୋଡ଼ର ନବଜ୍ୟୋତି ବିଦ୍ୟାଳୟରେ ପାଠ ପଢୁଥିଲେ । ଏହି ବିଦ୍ୟାଳୟରେ ସେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଠପଢି ଆସୁଥିଲେ। ଚଳିତ ବର୍ଷ ସୃଷ୍ଟି ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୯୪ ପ୍ରତିଶତ ମାର୍କ ରଖି ଜିଲ୍ଲା ଓ ସମାଜ ପାଇଁ ଗୌରବ ଆଣିଛନ୍ତି । ଆଗାମୀ ଦିନରେ ଆଇଏଏସ ପଢିବା ପାଇଁ ପ୍ରସ୍ତୁତ ହେବେ ବୋଲି ସୃଷ୍ଟି ବଂଶଲ କହିଛନ୍ତି ।

ଖରିଆର ରୋଡ଼ ନିବାସୀ ସୃଷ୍ଟି ବଂଶଲଙ୍କ ବାପା ଭରତ ବଂଶଲ ଓ ମା କବିତା ବଂଶଲ ତଥା ଜିଲ୍ଲାର ଅଗ୍ରୱାଲ ସମାଜ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ବୋଲି ଖରିଆର ରୋଡ଼ ଅଗ୍ରୱାଲ ସମାଜ ମହିଳା ମଣ୍ଡଳର ସଭାପତି ସୁଷମା ଗୁପ୍ତା  ସୂଚନା ଦେଇଛନ୍ତି।

ସୃଷ୍ଟିଙ୍କ ପିଲାଦିନୁ ଭଲ ପାଠପଢିବା  ରୁଚି ରହିଥିବା ବେଳେ ସେ ଆଗାମୀ ଦିନରେ ଭଲ ପାଠପଢି ଦକ୍ଷତା ଓ ଜନକଲ୍ୟାଣ ଅଫିସର ହୋଇ ଜନସାଧରଣଙ୍କ ପାଇଁ କାମ କରିବେ ବୋଲି ଏକ ସ୍ୱପ୍ନ ରଖିଛନ୍ତି। ଏଭଳି କି ଖରିଆରରୋଡ଼ ନବଜ୍ୟୋତି ବିଦ୍ୟାପୀଠର ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ସୃଷ୍ଟିଙ୍କୁ ଶୁଭେଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର