ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଧୀନ ଖୋର୍ଦ୍ଧା ପୌରାଞ୍ଚଳର ବରିଷ୍ଠ ନାଗରିକଙ୍କୁ ପରିଚୟ ପ୍ରଦାନ କରିବାରେ ଖୋର୍ଦ୍ଧା ଥାନା ପୁଲିସ ପ୍ରାୟ ୧ ବର୍ଷ ଧରି ଅବହେଳା କରିଚାଲିଥିଲା। ଏନେଇ ବିଭିନ୍ନ ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ, ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ଶେଷରେ ଆଜି ପୁଲିସ ପକ୍ଷରୁ ଅନୁଷ୍ଠିତ ଆମ ପୁଲିସ ସମିତି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଆଜି ମୁକୁନ୍ଦପ୍ରସାଦ ଠାରେ ଥିବା ଖୋର୍ଦ୍ଧା ବରିଷ୍ଠ ନାଗରିକ ମକ୍ଟକ୍ଟ୍ରର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ପୁଲିସ ଆରକ୍ଷୀ ଅଧୀକ୍ଷକ ଦିଲିପ କୁମାର ଦାସ, ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚର ସଭାପତି ସତ୍ୟବାଦୀ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଓ ପୁଲିସର ସୁସମ୍ପର୍କ ରକ୍ଷା କରିବାକୁ ଆମ ପୁଲିସ ସମିତି ଗଠନ କରାଯାଇଥିଲା। ମଞ୍ଚର ସମ୍ପାଦକ ରାମଶଙ୍କର ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ‘ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ’ ରୂପେ ସମ୍ମାନିତ ମଞ୍ଚର ସଭାପତି ସତ୍ୟବାଦୀ ବଳିଆରସିଂହଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା।
ମଞ୍ଚର ଉପଦେଷ୍ଟା ଆଡଭୋକେଟ ବିଧାନ ଚନ୍ଦ୍ର ମହାନ୍ତି, ଉପସଭାପତି ବୈକୁଣ୍ଠନାଥ ମହାପାତ୍ର, ସହସମ୍ପାଦକ ଆଡଭୋକେଟ ବସନ୍ତ କୁମାର ଦାଶ, କାର୍ଯ୍ୟକାରୀ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ହରିଚନ୍ଦନ, ସଦସ୍ୟ ରବୀନ୍ଦ୍ର କୁମାର ସାହୁ, ନୃସିଂହ ମହାପାତ୍ର, ରାଜକିଶୋର ପାଣିଗ୍ରାହୀ, ବିରଂଚି କୁମାର ସାହୁ, ପ୍ରଭାତ କୁମାର ମିଶ୍ର, ଯୋଗେଶ ଚନ୍ଦ୍ର ରଥ, ଭାଗିରଥୀ ସାହୁ, ପ୍ରଭାତ ବଳିଆରସିଂହ, ବିଦ୍ୟାଧର ଲେଙ୍କା, କୈଳାସ ଚନ୍ଦ୍ର ପୃଷ୍ଟି ସମେତ ୩୨ ଜଣଙ୍କୁ ବରିଷ୍ଟ ନାଗରିକ ପରିଚୟ ପତ୍ର ଥାନା ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବ ପ୍ରସାଦ ମଜମୁଦାର, ଭୀମସେନ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ମହାରଣା, ମୃତ୍ୟୁଞ୍ଜୟ ଛୋଟରାୟ ପ୍ରମୁଖ ମାନ୍ୟଗଣ୍ୟ ଓ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଥାନାରେ ଏସ୍ଆଇ ବିନାୟକ ମନ୍ତ୍ରୀ ଓ ଫୁଲମଣୀ ହେମ୍ବ୍ରମ୍ବ ‘ଆମ ପୁଲିିସ’ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, ଯେଉଁ ବରିଷ୍ଠ ନାଗରିକ ଓ ସଦସ୍ୟମାନେ ବ୍ୟକ୍ତିଗତ କାରଣରୁ ଆଜିର କାର୍ଯ୍ୟକ୍ରମରେ ପରିଚୟ ପତ୍ର ନେଇ ପାରିନାହାନ୍ତି ସେମାନେ ଖୋର୍ଦ୍ଧା ଆଦର୍ଶ ଥାନାରୁ ଏହା ନେବାକୁ ବରିଷ୍ଠ ନାଗରିକ ଡେସ୍କର ନୋଡାଲ ଅଫିସର ସସ୍ମିତା ବେହେରା ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Khordha-Baristha-Nagarikannku-milila-parichaya-patra.jpg)