ପୁରୀରେ ମାତିଛନ୍ତି ମୂର୍ତ୍ତି ଚୋର, ଗତକାଲି ଚୋର ଗିରଫ ପରେ ଆଜି ପୁଣି ଚୋରି

ପୁରୀ: ପୁରୀରେ ମାତିଛନ୍ତି ମୂର୍ତ୍ତି ଚୋର | ପୁରୀ ଜିଲ୍ଲା କଣାସ ବ୍ଲକ ଗଡିଶୋଗୋଦା ବ୍ଲକ ରୋଷଣା ଗାଁ ଇଶାନେଶ୍ୱର ଶୈବ ପୀଠରୁ ଲୁଟେରା ମୂର୍ତ୍ତି ଚୋରି କରିଥିବାର ଜଣାପଡିଛି । ବିଳମ୍ବିତ ରାତିରେ ମନ୍ଦିରରୁ ଶିବ, ପାର୍ବତୀ ଓ ରାଧାକୃଷ୍ଣଙ୍କ ମୂର୍ତ୍ତି ଦୃବୁର୍ତ୍ତ ଚୋରାଇ ନେଇଥିବାବେଳେ ପ୍ରାୟ ୫ଶହ ବର୍ଷ ପୁରୁଣା ଇଶାନେଶ୍ୱର ମନ୍ଦିରରୁ ଚୋରି ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି |

ସୂଚନା ଥାଉ କି ଗତକାଲି ପୁରୀ ପୁଲିସ ଜଣେ ମୂର୍ତ୍ତି ଚୋରଙ୍କୁ ଧରିଥିଲା | ପୁରୀ ଜିଲ୍ଲାରେ ମୂର୍ତ୍ତି ଚୋରଙ୍କୁ ଧରିବା ପାଇଁ ଏସପି କେଭି ସିଂହଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା | ସଦର ଏସଡିପିଓ ଓ ପିପିଲି ଏସଡ଼ିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା |

ଏହି ଘଟଣାରେ ପାଟପୁର ଗ୍ରାମର ପ୍ରଫୁଲ୍ଲ ମିଶ୍ର ଓ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଥିଲା | ସେମାନଙ୍କ ନିକଟରୁ ୧୦ଟି ମୂର୍ତ୍ତି ଜବତ କରାଯାଇଥିଲା | ତେବେ ସେମାନଙ୍କ ସହ ଆଉ କେଉଁମାନେ ଏହି ମୂର୍ତ୍ତି ଚୋରି ରାକେଟରେ ସମ୍ପୃକ୍ତ ଅଛନ୍ତି ପୁଲିସ ତାହାର ତଦନ୍ତ କରୁଛି

ସମ୍ବନ୍ଧିତ ଖବର