ଭଦ୍ରକ: ଧାମନଗର ଥାନା ଅଧୀନ ବାବୁରି ଗାଁରେ ସ୍ୱପ୍ନେଶ୍ୱର ମନ୍ଦିର, ଜଗନ୍ନାଥ ମନ୍ଦିର ଓ ମା’ ବୁଢୀ ଜଗୁଳାଇ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତମାନେ ମୁଖ୍ୟ ଦ୍ୱାର ଭାଙ୍ଗି ଠାକୁରଙ୍କର ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି। ମନ୍ଦିର ପୂଜକ କହିବା ଅନୁସାରେ ସେ ସନ୍ଧ୍ୟାରେ ଆଳତି ସାରି ମନ୍ଦିରର ମୁଖ୍ୟ ଫାଟକ ତାଲା ପକାଇ ଯାଇଥିଲେ। ସକାଳୁ ଠାକୁରଙ୍କ ନିତ୍ୟ ପୂଜା କରିବାକୁ ଆସିଥିବା ବେଳେ ସେ ତାଲା ଭାଙ୍ଗି ତଳେ ପଡିଥିବା ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ଗାଁ ଲୋକମାନଙ୍କୁ ଖବର ଦେଇଥିଲେ। ଏ ନେଇ ମନ୍ଦିର ପ୍ରଶାସନ ଧାମନଗର ପୁଲିସ୍ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏହାର ତଦନ୍ତ ଜାରି ରଖି ଥିବା ବେଳେ ଦୁବର୍ତ୍ତମାନଙ୍କୁ ଗିରଫ କରିବା ପାଇଁ ଛାନ୍ଭିନ୍ ଚଳାଇଛି।
ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି
/sambad/media/post_attachments/wp-content/uploads/2020/11/IMG_20201120_195113.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)