ଗଂଜାମରେ ମାସ୍କ ନପିନ୍ଧିଲେ ଜରିମାନା, ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା
ଦୋକାନରେ ଗହଳି ହେଲେ ଦୋକାନୀ ବିରୋଧରେ ରୁଜୁ ହେବ ମାମଲା
ବ୍ରହ୍ମପୁର: କରୋନା ଭାଇରସ ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କଡ଼ା ପଦକ୍ଷେପ ନିଆଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଏଣିକି ଗଂଜାମର ଲୋକଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ । ଘରୁ ବାହାରକୁ ବାହାରିଲେ ଲୋକଙ୍କ ମାସ୍କ ପିନ୍ଧିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ଟୁଇଟ ଯୋଗେ ଏହି ସୂଚନା ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାପାଳ ଟୁଇଟରେ କହିଛନ୍ତି, ସହରାଞ୍ଚଳର ଲୋକେ ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଜରିମାନା ଦେବେ । ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଗ୍ରାମାଞ୍ଚଳରେ ଯେଉଁ ଲୋକ ମାସ୍କ ନପିନ୍ଧି ବାହାରକୁ ବାହାରିବେ ତାଙ୍କୁ ୫୦୦ ଟଙ୍କା ଜରିମାନା ହେବ । ଏଥି ସହିତ କୁହାଯାଇଛି ଯେ, ଯେଉଁମାନଙ୍କ ପାଖରେ ମାସ୍କ ନଥିବ, ସେମାନେ ମୁହଁରେ କପଡ଼ା ଅଥବା ରୁମାଲ ବାନ୍ଧିପାରିବେ ।
If anyone is coming outside without Mask , then will be penalised with Rs1000 in urban area and Rs 500 in rural area. Use cotton clothes mask, Rumal, or scarf to cover nose and mouth. #fightagainstcorona @CMO_Odisha @HFWOdisha
— Collector & District Magistrate, Ganjam (@Ganjam_Admin) April 5, 2020
ସୂଚନାଯୋଗ୍ୟ, ଗଂଜାମରେ ଗତକାଲି ଠାରୁ ସଟଡାଉନ ଜାରି ହୋଇଛି । ଏହା ପ୍ରତ୍ୟେକ ଦିନ ମଧ୍ୟାହ୍ନ ୧୨ଟା ଠାରୁ ତା ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ହିବ । ସକାଳ ୭ଟାରୁ ୧୨ ଟା ମଧ୍ୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋନାକକୁ ଯାଇପାରିବେ ।
ସକାଳ ୭ଟାରୁ ୧୨ ଟା ମଧ୍ୟରେ ଖୋଲୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡ଼ିକରେ ସାମାଜିକ ଦୂରତୂ ନିୟମ ଅବଲମ୍ବନ ନହେଲେ ସଂପୃ୍କ୍ତ ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ ହେବ । ସଟ୍ଡାଉନ ସମୟରେ ଯଦି କେହି ଲୋକ ବାହାରକୁ ବାହାରନ୍ତି ତାହେଲେ ସେହ ବ୍ୟକ୍ତିଙ୍କୁ ସରକାରୀ ସଂଗରୋଧରେ ୧୪ ଦନି ରଖାଯିବ ।