ଭଦ୍ରକ: ଗତ ୬ ତାରିଖ ଭଦ୍ରକ ସାଳନ୍ଦୀ ଗେଷ୍ଟ ହାଉସରେ ଦୁଇ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ଧୀରେ ଧୀରେ ନୂଆ ମୋଡ ନେଉଛି। ଏହି ଘଟଣାରେ ଭଦ୍ରକ ଟାଉନ ପୁଲିସ ହୋଟେଲର ୩ କର୍ମଚାରୀଙ୍କୁ ଗିରଫ କରି ଚୁପ ହୋଇ ବସିଛି। ହୋଟେଲ ରେଜିଷ୍ଟ୍ରରରୁ ମିଳିଥିବା ତଥ୍ୟ ଅନୁସାରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ୪ଜଣ ଯୁବକ ୧୦୭ ରୁମକୁ ଆସିଥିବାର ପ୍ରମାଣ ମିଳିଛି।
ଘଟଣାକୁ ନେଇ ଗେଷ୍ଟ ହାଉସର ମାଲିକ ଓ କର୍ମଚାରୀମାନେ ଅଡୁଆରେ ପଡିଛନ୍ତି । ଏହି ହତ୍ୟାକାଣ୍ଡରେ ପରବର୍ତ୍ତୀ ସମୟରେ ଆସିଥିବା ୪ ଯୁବକଙ୍କୁ ତଦନ୍ତ ପରିସରକୁ ଆଣିବା ଓ ହୋଟେଲ ସିଲ କରିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର କାଉନ୍ସିଲର ରାଜ୍ୟ ଶାଖାର ଅଧ୍ୟକ୍ଷା ସସ୍ମିତା ଦାସ ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/BDK-2.jpg)