ଭଦ୍ରକରେ ଯୁବକ-ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଆଇଏଚ୍‌ଆରସି ରାଜ୍ୟ ଶାଖାର ଅଧ୍ୟକ୍ଷା

ଭଦ୍ରକ: ଗତ ୬ ତାରିଖ ଭଦ୍ରକ ସାଳନ୍ଦୀ ଗେଷ୍ଟ ହାଉସରେ ଦୁଇ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ଧୀରେ ଧୀରେ ନୂଆ ମୋଡ ନେଉଛି। ଏହି ଘଟଣାରେ ଭଦ୍ରକ ଟାଉନ ପୁଲିସ ହୋଟେଲର ୩ କର୍ମଚାରୀଙ୍କୁ ଗିରଫ କରି ଚୁପ ହୋଇ ବସିଛି। ହୋଟେଲ ରେଜିଷ୍ଟ୍ରରରୁ ମିଳିଥିବା ତଥ୍ୟ ଅନୁସାରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ୪ଜଣ ଯୁବକ ୧୦୭ ରୁମକୁ ଆସିଥିବାର ପ୍ରମାଣ ମିଳିଛି।

ଘଟଣାକୁ ନେଇ ଗେଷ୍ଟ ହାଉସର ମାଲିକ ଓ କର୍ମଚାରୀମାନେ ଅଡୁଆରେ ପଡିଛନ୍ତି । ଏହି ହତ୍ୟାକାଣ୍ଡରେ ପରବର୍ତ୍ତୀ ସମୟରେ ଆସିଥିବା ୪ ଯୁବକଙ୍କୁ ତଦନ୍ତ ପରିସରକୁ ଆଣିବା ଓ ହୋଟେଲ ସିଲ କରିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ପାଇଁ ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର କାଉନ୍‌ସିଲର ରାଜ୍ୟ ଶାଖାର ଅଧ୍ୟକ୍ଷା ସସ୍ମିତା ଦାସ ଭଦ୍ରକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି।

ସମ୍ବନ୍ଧିତ ଖବର