ବରଗଡ଼: ଗତକାଲି ବରଗଡ ବ୍ଲକ ଅନ୍ତର୍ଗତ ଏସ ଡୁମେରପାଳିରେ ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶହ ଶହ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ କାଯ୍ୟକ୍ରମରେ ଆସିଥିବା ଲୋକଙ୍କ ଖାଇବା ପାଇଁ ଆୟୋଜନ ହୋଇଥିବା ଭୋଜି ଲୋକଙ୍କ ପାଇଁ କାଳ ହୋଇଯାଇଛି।
ଜାଣିବାକୁ ମିଳିଛି ଯେ ଭୋଜି ଖାଇ ଏସ ଡୁମେରପାଳି ସହିତ ଆଖପାଖ ବିଭିନ୍ନ ଅଞ୍ଚଳର ଲୋକ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ଏବେ ସୁଦ୍ଧା ପ୍ରାୟ ୪୩୮ ଜଣ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।
ଆହୁରି ବି ସୂଚନା ରହିଛ ଯେ ଏସ ଡୁମେରପାଳି, ବନବାସ ପାଳି, ପିପିଲି ପାଳି, ନୁଆଁ ପାଳି, ପୋଡ଼ମୁଣ୍ଡା, ଛତା ପଥର ସହ ଆଖପାଖ ବିଭିନ୍ନ ଅଂଚଳ ଲୋକେ ଏହି ଖାଦ୍ୟ ଖାଇ ଆକ୍ରାନ୍ତ ହୋଇଛନ୍ତି।
ଅନ୍ୟପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ପାଞ୍ଚ ଜଣିଆ ଟିମ ପହଞ୍ଚି ଚିକିତ୍ସା ଚାଲୁଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ମୁଖ ଚିକିତ୍ସା ଅଧିକାରୀ ସାଧୁ ଚରଣ ଦାସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/Untitled-182.jpg)