କଟକରୁ ୪ଲକ୍ଷ ୧୫ ହଜାର ଟଙ୍କାର ବେଆଇନ କଫସିରଫ ଜବତ

କଟକ: କଟକ ମର୍କତନଗର ଥାନା ପୁଲିସ ଚଢ଼ାଉ କରି ୪ଲକ୍ଷ ୧୫ ହଜାର ଟଙ୍କାର ବେଆଇନ କଫସିରଫ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଏମାନଙ୍କ ସହ ଆଉ କିଏ ସଂପୃକ୍ତ ଅଛି ସେନେଇ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛନ୍ତି ।
ତେବେ ଏହି ବେଆଇନ କଫସିରଫ କାହିଁକି ଓ କାହାକୁ ବିକ୍ରି ହେଉଥିଲା ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ତେବେ ଏହି କଫସିରଫରେ ଏନ ୧୦ ନିଶା ଟାବଲେଟ ମିଶୁଥିଲା। ତା’ ପରେ ଶହେ ଏମ.ଏଲର ଏହି କଫ ସିରପ ବୋତଲ ୧୧୦ଟଙ୍କାରେ ବିକ୍ରି ହେଉଥିଲା ।
ପ୍ରକୃତ କଥା ହେଲା ମଦ ଭଳି ଏହାକୁ ସେବନ କଲେ କୌଣସି ବାସ୍ନା ହୁଏ ନାହିଁ ହେଲେ ନିଶା କିନ୍ତୁ ଜୋରରେ ହୁଏ । ଖୁବ କମ ଦାମରେ ଏସବୁ ମିଳୁଥିବାରୁ ସାଧାରଣତଃ କଲେଜ ପଢ଼ୁଆ ପିଲା ଏହାର ମୁଖ୍ୟ ଗ୍ରାହକ ସାଜୁଛନ୍ତି । ତେଣୁ ଏକ ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିଲା ।

ସମ୍ବନ୍ଧିତ ଖବର