ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ସାଇଜ କାଠ ଜବତ କରାଯାଇଛି l ଘର କାମରେ ବ୍ୟବହାର ପାଇଁ ସମ୍ଭବତଃ କାଠ ଗୁଡିକ ଗଛିତ ରଖାଯାଇଥିଲା l ବିଶ୍ୱସ୍ତ ସୂତ୍ରରୁ ବନ ବିଭାଗ ଖବର ପାଇ ଚଢ଼ଉ କରି କାଠ ଜବତ କରିବାରେ ସକ୍ଷମ ହୋଉଛି l ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବନପାଳ ଯତୀନ୍ଦ୍ର ବେହେରା, ବନରକ୍ଷୀ ସୁନୀଲ ସାହୁ ପ୍ରମୁଖ ସାମିଲ ହୋଇଥିଲେ l ବୋରିଂ ବିଟର ବୋରିଂ ଗ୍ରାମରେ ଚଢ଼ଉ କରି କାଠ ଜବତ ହୋଇଥିଲେ ମଧ୍ୟ ଆସାମୀ ଧରା ପଡ଼ିନାହିଁ l ଠାକୁରମୁଣ୍ଡା ବନାଞ୍ଚଳ ପକ୍ଷରୁ ଏକ ୟୁଡି କେଶ କରାଯାଇ ଅଧିକ ଅନୁସନ୍ଧାନ ଜାରି ରହିଛି l କାଠ ର ଯାଞ୍ଚ ଏବଂ ମୂଲ୍ୟ ନିରୂପଣ କରାଯାଇନଥିବା ଜଣାପଡିଛି l
/sambad/media/post_attachments/wp-content/uploads/2020/10/207b99cb-e419-4d86-8a7e-f2e4f32eeaf2-1024x576.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/578b9bcb-59f9-4f6c-b1e9-c9d2e0ced1f0.jpg)