ଚୋରା କାଠ ଜବତ କଲା ଠାକୁରମୁଣ୍ଡା ବନ ବିଭାଗ 

ଠାକୁରମୁଣ୍ଡା:  ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ସାଇଜ କାଠ ଜବତ କରାଯାଇଛି l ଘର କାମରେ ବ୍ୟବହାର ପାଇଁ ସମ୍ଭବତଃ କାଠ ଗୁଡିକ ଗଛିତ ରଖାଯାଇଥିଲା l ବିଶ୍ୱସ୍ତ ସୂତ୍ରରୁ ବନ ବିଭାଗ ଖବର ପାଇ ଚଢ଼ଉ  କରି କାଠ ଜବତ କରିବାରେ ସକ୍ଷମ ହୋଉଛି l ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବନପାଳ ଯତୀନ୍ଦ୍ର ବେହେରା, ବନରକ୍ଷୀ ସୁନୀଲ ସାହୁ ପ୍ରମୁଖ ସାମିଲ ହୋଇଥିଲେ l ବୋରିଂ ବିଟର ବୋରିଂ ଗ୍ରାମରେ ଚଢ଼ଉ କରି କାଠ ଜବତ ହୋଇଥିଲେ ମଧ୍ୟ ଆସାମୀ ଧରା ପଡ଼ିନାହିଁ l ଠାକୁରମୁଣ୍ଡା ବନାଞ୍ଚଳ ପକ୍ଷରୁ ଏକ ୟୁଡି କେଶ କରାଯାଇ ଅଧିକ ଅନୁସନ୍ଧାନ ଜାରି ରହିଛି l କାଠ ର ଯାଞ୍ଚ ଏବଂ ମୂଲ୍ୟ ନିରୂପଣ କରାଯାଇନଥିବା ଜଣାପଡିଛି l

ସମ୍ବନ୍ଧିତ ଖବର

Comments are closed.