ବେଆଇନ ବଟି ଆଦାୟ କରି ୨ ଗିରଫ

ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥର ପ୍ରାଣନାଥ ମହାବିଦ୍ୟାଳୟ ନିକଟରେ ଟ୍ରକ୍ଗୁଡ଼ିକ ଠାରୁ ବେଆଇନ ବଟି ଆଦାୟ କରିବା ଅଭିଯୋଗରେ ଖୋର୍ଦ୍ଧା ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାନୁସାରେ, ଗତକାଲି ଭୋରରେ ଶିଳ୍ପାଚଂଳ ଫାଣ୍ଡି ଅଧୀନସ୍ଥ ଜାତୀୟ ରାଜପଥର ପାଣନାଥ ମହାବିଦ୍ୟାଳୟ ବାଇପାସ୍ ନିକଟରେ ବେଆଇନ ଭାବେ ବିଭିନ୍ନ ଗାଡ଼ିରୁ ବଟି ଆଦାୟ କରାଯାଉଥିବା ଖବର ପାଇ ଶିଳ୍ପାଂଚଳ ଫାଣ୍ଡି ପୁଲିସ ଚଢ଼ଉ କରିଥିଲା । ଏହି ଚଢ଼ଉରେ ସ୍ଥାନୀୟ ମୁକୁନ୍ଦପ୍ରସାଦ ଅଂଚଳର ସୁରଜ ଓରଫ ସୋନୁ ଦଳବେହେରା (୨୦) ଓ କାଶିମୁଦ୍ଦିନ୍ ସାହା (୩୪)ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ନକଲି ରସିଦ ବହି ଜବତ କରାଯାଇଛି । ଫାଣ୍ଡି ଏସଆଇ ଶରତ ଚନ୍ଦ୍ର ପ୍ରଧାନଙ୍କ ଅଭିଯୋଗ କ୍ରମେ ୫୪/୨୧ ଆର୍ମସ ଆକ୍ଟରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇଛି ।

ସମ୍ବନ୍ଧିତ ଖବର