ବେଧଡ଼କ ବେଆଇନ ପାର୍କି˚, ଆଉ କେତେ ଜୀବନ ଗଲେ ହେଜିବେ?

କେନ୍ଦ୍ରାପଡ଼ା: ୨୦୨୦, ଜାନୁଆରି ୧। ରାସ୍ତା ଉପରେ ବେଆଇନ ଟ୍ରକ୍‌ ପାର୍କି˚ ପାଇଁ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଦୁଇ ଦୁଇଟି ମୂଲ୍ୟବାନ ଜୀବନ। ସେହିବର୍ଷ ନଭେମ୍ବରରେ ରିଲାଏନ୍ସ ପେଟ୍ରୋଲ ପମ୍ପ୍‌ ଡିଭାଇଡର‌୍‌ ନିକଟରେ ଦୁର୍ଘଟଣା ଯୋଗୁ ଭାଗବତପୁର ପ˚ଚାୟତ ନିର୍ବାହୀ ଅଧିକାରୀଙ୍କ ପ୍ରାଣ ଗଲା। ଦୁର୍ଘଟଣା ନିୟମିତ ବ୍ୟବଧାନରେ ଦେଖିବାକୁ ମିଳୁଥିବା ବେଳେ ଅନେକ ଆହତ ହେଲେଣି। କିନ୍ତୁ ରାଜ୍ୟ ରାଜପଥରେ ଯେଉଁ ବେଆଇନ ପାର୍କି˚ ପାଇଁ ଏଭଳି ଦୁର୍ଘଟଣା ଘଟୁଛି, ତାର ସ୍ଥାୟୀ ପ୍ରତିକାର ଦିଗରେ ନା’ ଆରଟିଓ କର୍ତୃପକ୍ଷ ନା’ ପୁଲିସ ପ୍ରଶାସନ କେହି ବି ପଦକ୍ଷେପ ନେଉନାହାନ୍ତି। ପରିଣାମ ସ୍ବରୂପ ଏବେ ଜମଧରଠୁ କେନ୍ଦ୍ରାପଡ଼ା ଲ’ କଲେଜ ଯାଏ ଦୁଇ ପାର୍ଶ୍ବ ରାସ୍ତାରେ ଟ୍ରକ୍‌, ବସ୍‌ଗୁଡ଼ିକର ବେଧଡ଼କ ବେଆଇନ ପାର୍କି˚ ଦେଖିବାକୁ ମିଳିଛି। କେବଳ ଟ୍ରକ୍‌ କିମ୍ବା ବସ୍‌‌ ନୁହେଁ, ଅନେକ ହୋଟେଲ୍‌ ବି ରାସ୍ତାକୁ ମଡେ଼ଇ ଗଢ଼ି ଉଠିଛି। ଏପରିକି ବେଆଇନ ପାର୍କି˚ ପାଇଁ ଅଧା ରାସ୍ତା ଦଖଲକାରୀଙ୍କ କବ୍‌ଜା ରହୁଥିବା ବେଳେ ସାଧାରଣ ଚାଳକମାନେ ସା˚ଘାତିକ ଟ୍ରାଫିକ୍‌ ସମସ୍ୟାର ସମ୍ମୁଖୀନ ହେବା ସହିତ ଦୁର୍ଘଟଣା ବଢ଼ୁଛି। ଅଥଚ, ବିଭାଗୀୟ କର୍ତୃପକ୍ଷଙ୍କ ନିଘା ନାହିଁ। ଏଭଳି ସ୍ଥିତିରେ ଆଉ କେତେ ଲୋକଙ୍କ ଜୀବନ ଗଲେ ପ୍ରଶାସନ ହେଜିବ ଓ ରାସ୍ତାରୁ ବେଆଇନ ପାର୍କି˚ ହଟାଇବ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି। କଟକ–ଚାନ୍ଦବାଲି ରାଜ୍ୟ ରାଜପଥ ଉପରେ ବେଆଇନ ପାର୍କିଂ ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯିବା ସତ୍ତ୍ବେ ପ୍ରଶାସନର ନିଦ ଭାଂଗୁନାହିଁ। ୨୦୨୦, ନୂଆବର୍ଷରେ ଯେଉଁ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା, ତାର କାରଣ ଥିଲା ବେଆଇନ ପାର୍କିଂ। ସେଦିନ ଗୌରୀଶଙ୍କର ହୋଟେଲ୍‌ ମାଲିକଙ୍କ ପରିବାର ଲୋକ ଜଗନ୍ନାଥଙ୍କ ଦର୍ଶନ ସାରି ପୁରୀରୁ ଫେରୁଥିଲେ। ଘରେ ପହଞ୍ଚିବାକୁ ଆଉ ମାତ୍ର ପାଂଚ ମିନିଟ୍‌ ଲାଗିଥାନ୍ତା। ମାତ୍ର ସହରର ପ୍ରବେଶପଥ କୁହାଯାଉଥିବା ଦୁହୁରିଆ ନିକଟରେ ରାସ୍ତା ପାର୍ଶ୍ବରେ ବେଆଇନ ପାର୍କିଂ କାରଣରୁ ଟ୍ରକ୍ ପଛପଟେ କାର୍ ପିଟି ହେଇଯାଇଥିଲା। ଫ‌ଳରେ ହୋଟେଲ୍‌ ମାଲିକ ଦେବାଶିଷ ପଣ୍ଡାଙ୍କ ପତ୍ନୀ ପ୍ରଣତି ପଣ୍ଡା ଏବଂ ଲୁଗା ବ୍ୟବସାୟୀ ବିଜୟ ସାହୁଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଦେବାଶିଷଙ୍କ ସମେତ ତାଙ୍କ ନାବାଳକ ପୁଅ ଓ ଡ୍ରାଇଭର ଅବସ୍ଥା ସଂକଟାପନ୍ନ ହୋଇଥିଲା। ଦୀର୍ଘ ଦିନ ମେଡିକାଲ୍ ରହିବା ପରେ ସମସ୍ତେ ନୂଆ ଜୀବନ ଫେରି ପାଇଥିଲେ। ବେଆଇନ ପାର୍କିଂ ଯୋଗୁ ହିଁ ଦୁଇ ଦୁଇଟା ଜୀବନ ଚାଲିଗଲା।

ଅଥଚ, ପ୍ରଶାସନ ଲୋକଦେଖାଣିଆ କିଛି ଦିନ ଧରପଗଡ଼ କରି ପୁଣି ଶୋଇପଡ଼ିଲା। ଫଳରେ ଜମଧରରେ ସିମେଣ୍ଟ ଗୋଦାମ ପାଇଁ ରାସ୍ତାରେ ଯେଭଳି ବେଆଇନ ପାର୍କିଂ ହେଉଥିଲା, ଏବେବି ସେମିତି ଦେଖିବାକୁ ମିଳୁଛି। ଏହି ବେଆଇନ ପାର୍କିଂ ଏବେ ଲ କଲେଜ ଯାଏ ମାଡ଼ିଗଲାଣି। ସେହିପରି ରିଲାଏନ୍ସ ପେଟ୍ରୋଲ ପମ୍ପ୍‌ ଡିଭାଇର୍ଡ ହିଁ ଦୁର୍ଘଟଣା ପ୍ରବଣ ଅଂଚଳରେ ପରିଣତ ହୋଇଗଲାଣି। ନିୟମିତ ବ୍ୟବଧାନରେ ସେଠାରେ ଦୁର୍ଘଟଣା ଘଟିବା ସହିତ ଲୋକଙ୍କ ଜୀବନ ଯାଉଛି। ଅନେକ ଆହତ ହେଉଛନ୍ତି। ହେଲେ ‌ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ପ୍ରଶାସନ ଗୁରୁତ୍ବହୀନ ମନେ କରିବା ସାଧାରଣ ଲୋକଙ୍କୁ ଆଚମ୍ବିତ କଲାଣି। ଗୋଟିଏପଟେ ସୁଡ଼କ ସୁରକ୍ଷା ତଥା ଦୁର୍ଘଟଣା କମ୍‌ କରିବା ନାଁରେ ସରକାର କୋଟି କୋଟି ଖର୍ଚ୍ଚ କରିବ‌ା ସହିତ ସଚେତନତା କରୁଥିବା କଥା କହୁଥିବା ବେଳେ କେନ୍ଦ୍ରାପଡ଼ା ପ୍ରବେଶପଥରେ ବେଆଇନ ପାର୍କିଂ ସୂଚାଇ ଦେଉଛି ଯେ କର୍ତ୍ତୃପକ୍ଷ ଏଠାରେ ଲୋକଙ୍କ ଜୀବନକୁ ନେଇ କେତେ ବେଫିକର୍ ମନୋଭାବ ପୋଷଣ କରୁଛନ୍ତି। କାହିଁକି ଏହି ବେଆଇନ ପାର୍କିଂ ହଟାଯାଉନାହିଁ? ରାସ୍ତାକୁ ମଡ଼ାଇ ହୋଟେଲ୍‌, ଫାଷ୍ଟଫୁଡଦୋକାନଗୁଡ଼ିକ ଗଢ଼ି ଉଠୁଥିବା ବେଳେ ଆରଟିଓ ଓ ପୁଲିସ ପ୍ରଶାସନ ସବୁ ଦେଖି କାହିଁକି ଚୁପ୍ ବସିଛି? ଏସବୁ ଦୋକାନକୁ ଯେଉଁମାନେ ଖାଇବାକୁ ଆସୁଛନ୍ତି, ସେମାନଙ୍କ ଗାଡ଼ି ପାର୍କିଂ ରାସ୍ତା ଉପରେ ହେଉଥିବା ଦେଖିବାକୁ ମିଳୁଛି। କ’ଣ ବଡ଼ଧରଣର ଦୁର୍ଘଟଣା ଘଟି ପ୍ରାଣହାନୀ ଘଟିଲେ ଯାଇ ପ୍ରଶାସନ ପଦକ୍ଷେପ ନେବ? ଅନ୍ୟପକ୍ଷରେ ଆରଟିଓ ପ୍ରଣୟ କୁମାର ମିଶ୍ର କହିଛନ୍ତି ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ। ବେଆଇନ ପାର୍କିଂକୁ କୌଣସିମତେ ପ୍ରଶୟ ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର