ବାଲିଅନ୍ତା: ବାଲିଅନ୍ତା ତହସିଲ ପ୍ରଶାସନ ପକ୍ଷରୁ ଗତ ଦୁଇଦିନ ମଧ୍ୟରେ ଅତର୍କିତ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବେଆଇନ ଭାବେ ନଦୀ ଓ ନଦୀପଠା ଅଞ୍ଚଳରୁ ମାଟି ନେଇ ଯାଉଥିବା ୧୧ ଟି ଟ୍ରାକ୍ଟର, ୩ଟି ହାଇୱା ଓ ଡମ୍ଫର ସମେତ ଗୋଟିଏ ଜେସିବି ଜବତ କରାଯାଇଛି। ଜବତ ଗାଡ଼ି ମାଲିକମାନଙ୍କ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ମହୁଖଣ୍ଡା, ବ୍ରାହ୍ମଣଷଡ଼ଙ୍ଗୀ, ପୁରୁଣା ଜଗନ୍ନାଥ ରାସ୍ତା, କାକରୁଦ୍ରପୁର, ପ୍ରତାପରୁଦ୍ରପୁର, ଝିଣ୍ଟିଶାସନ, ପୁରୁଣା ଜଗନ୍ନାଥ ପୂର୍ତ୍ତ ବିଭାଗ ରାସ୍ତା ଆଦି ଅଞ୍ଚଳରେ ଛଢ଼ଉ କରାଯାଇଥିଲା। ଟ୍ରାକ୍ଟର ଚାଳକଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଗାଡ଼ି ମାଲିକ ତହସିଲରେ ଜରିମାନା ବାବଦ ଅର୍ଥ ପୈଠ କରିବା ପରେ ଛାଡ଼ି ଦିଆଯାଇଥିଲା।

Advertisment

publive-image Sambad

ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ‌ତତ୍ବାବଧାନରେ ୧୫ ଜଣିଆ ତହସିଲ ଓ ରାଜସ୍ବ ବିଭାଗ ଟିମ ଏକା ସମୟରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଟ୍ରାକ୍ଟର ପିଛା ୧୦ରୁ ୧୫ ହଜାର ଲେଖାଏଁ ଜରିମାନା ଅସୁଲ ହୋଇଥିବା ବେଳେ ହାଇୱା ପିଛା ୩୦ ହଜାର ଓ ଜେସିବିରୁ ୫୦ ହଜାର ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। କିଛି ଗାଡ଼ି ମାଲିକ ଆଜି ଜରିମାନା ଅର୍ଥ ତହସିଲ କାର୍ଯ୍ୟାଳୟରେ ପୈଠ କରିଥିବା ବେଳେ ଆଉ କିଛି ଗାଡ଼ି ମାଲିକ ଜରିମାନା ପ୍ରଦାନ କରିନଥିବା ଜଣାଯାଇଛି। ଉଳ୍ଲେଖଯୋଗ୍ୟ ଏକ ସପ୍ତାହ ହେବ ତହସିଲ ପ୍ରଶାସନ ପକ୍ଷରୁ ସ୍ଥାନୀୟ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀ ପଠା ଅଞ୍ଚଳରେ ଚଢ଼ଉ ଜାରି ରହିଛି। ହେଲେ ବେଆଇନ ମାଟି ଓ ମାଟି ଚାଲାଣ ମାମଲାରେ ଗାଡ଼ି ମାଲିକ କିମ୍ବା କର୍ମଚାରୀମାନଙ୍କୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି ।