ର୍ରାଉରକେଲା: ଇସ୍ପାତ ସହର ପାଲଟିଛି ନକଲି ମଦ କାରଖାନାର ପେଣ୍ଠସ୍ଥଳ। ସହର ଉପକଣ୍ଠ ବସ୍ତି ହେଉ ଅବା ବ୍ଲକରେ ଗୋଟିଏ ପରେ ଗୋଟିଏ ନକଲି ମଦ କାରଖାନା ଠାବ ହେଉଛି। ଏହା ସତ୍ବେ ସହରରେ ବନ୍ଦ ହେଉନି ନକଲି ମଦ କାରବାର। ଆଜି ଅବକାରୀ ପୁଲିସ ଲାଠିକଟା ବ୍ଲକ ଅନ୍ତର୍ଗତ ଚାନ୍ଦିପୋଷ ମୁଣ୍ଡାବସ୍ତି ନିକଟରୁ ନକଲି ମଦ ଚୋରା ଚାଲାଣକାରୀକୁ ଗିରଫ କରିଛି। ଗାଡ଼ି ଯାଞ୍ଚବେଳେ ଚାଲାଣକାରୀକୁ ଅବକାରୀ ପୁଲିସ୍ଟିମ୍ କାବୁ କରିଥିଲେ। ଗିରଫ ବେପାରୀ ଜଣକ ହେଲେ ଜଲଦାର ରିଙ୍କୁ ସାହୁ (୩୮)।
ପୁଲିସ ତା’ ନିକଟରୁ ୩୩.୭୫୦ ଲିଟର ନକଲି ମଦ ସହ ମୋଟରବାଇକ୍ (ଓଡି୧୪ଭି-୨୯୩୨) ଜବତ କରିଛି। ଚଢ଼ଉରେ ଅବକାରୀ ବିଭାଗର ଶ୍ରୀଧର ମହାନ୍ତି, ସ୍ନେହଲତା ନାୟକ, ମାନସ ରଞ୍ଜନ ମୁଣ୍ଡା, ସୁନିତା କେର୍କେଟା ପ୍ରମୁଖ ନେତୃତ୍ବ ନେଇଥିଲେ। ଉଲ୍ଲେଖଯୋଗ୍ୟ ପୂର୍ବରୁ ଅବକାରୀ ପୁଲିସ ଟିମ୍ ବିଶ୍ରା, ସେକ୍ଟର-୨୦ ରାଉରକେଲା କ୍ଲବ ନିକଟ ବସ୍ତିରୁ ନକଲି ମଦ କାରଖାନା ଠାବ କରିବା ସହ ବିପୁଳ ପରିମାଣରେ ନକଲି ମଦ ଜବତ କରିଥିଲା।