ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରରୋଡ ବନ ବିଭାଗ ଦ୍ବାରା ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି । ଗତ କାଲି ରାତିରେ ତିଲେଇଝର ଗାଁରୁ ଏକ ପିକ୍ ଅପ୍ ଭ୍ୟାନରେ ଶାଗୁଆନ କାଠ ଗୋତମା ଗାଁକୁ ଅଣାଯାଉଥିଲା।
ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ରେଞ୍ଜର ନିରଞ୍ଜନ ମାଝୀଙ୍କ ନେତୃତ୍ବରେ ବନ ବିଭାଗ ଟିମ୍ କଲ୍ୟାଣପୁର ଗାଁ ନିକଟରେ ଚଢାଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିଥିଲେ । ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/2c96b4f2-2b84-48d8-87e2-5ff5f0812a1e.jpg)
