ଦେବଗଡ଼: ଦେବଗଡ଼ ପୁଲିସର ସ୍ପେସାଲ ସ୍କ୍ବାଡ୍ ସୋମବାର ହାତୀ ଦାନ୍ତ ବିକ୍ରି ଉଦ୍ୟମ ବେଳେ ଚଢଉ କରି ଜଣଙ୍କୁ ଗିରଫ କରିଥିଲା। ଆଜି ପୁଣି ବେଆଇନ ଗଞ୍ଜେଇ କାରବାର ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି। ତେବେ ଅଭିଯୁକ୍ତମାନେ ପୁଲିସ ଉପରକୁ ଗୁଳି ଚଲାଇ ଖସିଯିବାକୁ ଉଦ୍ୟମ କରିଥିଲେ। ମାତ୍ର ପୁଲିସର କୌଶଳ ଆଗରେ ଗଞ୍ଜେଇ ବେପାରୀଙ୍କ ସବୁ ଉଦ୍ୟମ ପଣ୍ଡ ହୋଇଯାଇଥିଲା।
/sambad/media/post_attachments/wp-content/uploads/2021/10/1add8731-18aa-4361-bace-ab2309e3cc8f-768x1024.jpg)
ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ କଂସର-ଚଟି ବରଘାଟ ରାସ୍ତାଦେଇ ବୌଦ୍ଧରୁ ଦେବଗଡ଼କୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ରିଆମାଳ ଥାନା ପୁଲିସ ଉକ୍ତ ଅଞ୍ଚଳରେ ଜାଲ ବିଛାଇଥିଲା। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରକ୍ସା ଗ୍ରାମର ବିକାଶ ରାଜହଂସ, ପୌଲସ୍ତି ଜଗଦଳା ଓ ସମ୍ବଲପୁର ଜିଲ୍ଲା ଜମନକିରା ଅଂଚଳର ରୂପେଶ ପ୍ରସାଦ ନାମକ ୩ ଯୁବକ ଏକ କାର ଓ ବାଇକ ଯୋଗେ ଗୋହିରା ଡ୍ୟାମ ଦେଇ ନିଛାଟିଆ ରାସ୍ତାରେ ଯାଉଥିଲେ। ବାଟରେ ଗଞ୍ଜେଇ ବାହାର କରି ବାଇକ୍ ଦ୍ବାରା ଅନ୍ୟତ୍ର ଚାଲାଣ ପାଇଁ ଯୋଜନା କରୁଥଲେ।
/sambad/media/post_attachments/wp-content/uploads/2021/10/3403abf1-3ff0-449c-834e-cbf7e7d7eee1-1024x462.jpg)
ଏହି ସମୟରେ ରିଆମାଳ ଥାନା ପୁଲିସ ଚଢ଼ଉ ଘଟଣାସ୍ଥଳରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ରୂପେଶ କାରରେ ଫେରାର ହୋଇ ଯାଉଥିବାବେଳେ ତିଳେଇବଣି ନିକଟରେ ପୂର୍ବରୁ ସଜାଗ ରହିଥିବା ସ୍ପେସାଲ୍ ସ୍କ୍ୱାଡ ତାକୁ କାବୁ କରିଥିଲା। ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏହି ସ୍କ୍ବାଡ୍ରେ ଥିବା ଅନ୍ୟ ଅଧିକାରୀମାନେ ଅଭିଯୁକ୍ତଙ୍କ ଗାଡ଼ିକୁ ଦେଓଝରଣ ରାସ୍ତାରେ ଅଟକାଇଥିଲେ। ରୂପେଶ ପୁଲିସ ଉପରକୁ ଗୁଳି ଚଲାଇ ଦ୍ରୁତ ଗତିରେ ଫେରାର ହେବାକୁ ଉଦ୍ୟମ କରିଥିଲା। କିନ୍ତୁ ସ୍ପେସାଲ ସ୍କ୍ୱାଡ୍ର ଅଧିକାରୀମାନେ ତାକୁ ଅଟକାଇବାରେ ସକ୍ଷମ ହୋଇଥିଲେ। ସେଠାରେ ଯାଞ୍ଚ ବେଳେ ଗାଡ଼ି ମଧ୍ୟରୁ ଗୋଟିଏ ମାଉଜର, ୭ ରାଉଣ୍ଡ ଗୁଳି, ୧.୨୫ କୁଇଣ୍ଟାଲ ଗଞ୍ଜେଇ ପୁଲିସ ଜବତ କରିଛି। ଦେବଗଡ଼ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ ସୂଚନା ଦେଇଛନ୍ତି ଦେବଗଡ଼ ଏସ୍ପି ରାଜକିଶୋର ପାଇକରାୟ। ଅଭିଯୁକ୍ତଙ୍କ ବିରୋଧରେ ଏନଡିପିଏସ ଓ ଆର୍ମସ ଆକ୍ଟ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି। ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର, ଡିଏସପି (ଡିଆଇବି) ପ୍ରଦୀପ କେରକଟା, ଦେବଗଡ଼ ଥାନା ଆଇଆଇସି ସୁରେନ୍ଦ୍ର ନାୟକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/c5b3d664-6f2c-4d07-97d1-319037ee197c.jpg)