ବିପୁଳ ପରିମାଣର ବେଆଇନ ବାଣ ଜବତ, ୨ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ପୁଲିସ ପକ୍ଷରୁ ବିପୁଳ ପରିମାଣର ବେଆଇନ ବାଣ ଜବତ କରାଯାଇଛି। ସୂଚନା ଅନୁସାରେ ବେଆଇନ ଭାବେ ବାଣ ତିଆରିର ଖଵର ପାଇଁ ମଙ୍ଗଳପୁରର ଏକ ଟିମ ଦଶରଥପୁର ବ୍ଲକ କସପା ପଂଚାୟତ କାମଳପୁର ଗାଁରେ ସୁରେନ୍ଦ୍ର ସାହୁ ଓ ପ୍ରକାଶ ସାହୁଙ୍କ ଘରେ ଚଢାଉ କରିଥିଲେ। ପୁଲିସ ସେଠାରୁ ଝରଝରି, ବାଣି ବମ, ବାରୁଦ,ସଲଫର ଓ ଗ୍ରାଫାଇଟି ପାଉଜର ଜବତ କରିଛନ୍ତି। ଏହି ଘଟଣା କ୍ରମେ ମଙ୍ଗଳପୁର ପୁଲିସ କେସ ନଂ ୪୮୯/୨୦ ଓ ୪୯୦/୨୦ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର