ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ କୈଳାସ ଗ୍ରାମରୁ ଦେବଗଡ଼ ଥାନା ପୁଲିସ ୨ଟି ବନ୍ଧୁକ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡିଛି। ଏହା ସହିତ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଜି ସଂଧ୍ୟାରେ ଦେବଗଡ଼ ଆଦର୍ଶ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଦୁଲାଲ ରଣା ।

ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଥାନାଚଂଳର କୈଳାସ ଗ୍ରାମର ଦୁଲାଲ ରଣା ନିଜ ଘରେ ବେଆଇନ ଭାବେ ବନ୍ଧୁକ ରଖିଥିବା ନେଇ ପୁଲିସ ବିଶସ୍ତ ସୂତ୍ରରୁ ସୂଚନା ପାଇଥିଲା। ପରେ ଏସପି ଶ୍ରୀ ପାଇକରାୟଙ୍କ ନିର୍ଦ୍ଦେଶରେ ଦେବଗଡ ଥାନା ପୁଲିସ ପକ୍ଷରୁ ସ୍ପେସିଆଲ ସ୍କ୍ୱାର୍ଡ ସହ ଗତକାଲି ଦୁଲାଲଙ୍କ ଘରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଦୁଲାଲଙ୍କ ଘରୁ ୨ଟି ଗୁଳି ଭର୍ତ୍ତି ବେଆଇନ ବନ୍ଧୁକ ଜବତ କରିବା ସହ ଦୁଲାଲଙ୍କୁ ଗିରଫ କରିଥିଲେ। ତେବେ ଦୁଲାଲ ପାଖକୁ ବନ୍ଧୁକ କେଉଁଠୁ ଆସିଲା ଏବଂ କେଉଁ ଉଦ୍ଦେଶ୍ୟରେ ବେଆଇନ ବନ୍ଧୁକ ରଖିଥିଲା ସେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଡିଏସପି(ଡିଆଇବି) ପ୍ରଦୀପ କୁମାର କେରକଟୋ, ଦେବଗଡ଼ ଥାନାର ଆଇଆଇସି ସୁରେନ୍ଦ୍ର କୁମାର ନାୟକ ଓ ଏସଆଇ ପ୍ରତାପ ଚନ୍ଦ୍ର ଦଳେଇ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର