ଲେଫି୍ରପଡ଼ା: ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ଡୁମାବାହାଲ ଗ୍ରାମର ଜନୈକ ପୁଞ୍ଜିପତି ବେଆଇନ ଭାବେ ଗ୍ରାମର ଇଛା ନଦୀ ନାଳରୁ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଶହ ଶହ ଟ୍ରାକ୍ଟର ଯୋଗେ ବାଲି ପରିବହନ କରି ବିକ୍ରି କରୁଥିବା ଅଭିଯୋଗ ହେଉଛି। ସରକାରୀ ଖଜଣା ନ ଦେଇ ବେଧଡ଼କ ଭାବେ ବାଲି ଉଠାଇବା ତଥା ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରି ଭଲ ବ୍ୟବସାୟ କରୁଥିବା ସାଧାରଣରେ କୁହାଯାଉଛି। ଅନ୍ୟ ପକ୍ଷରେ ସ୍ଥାନୀୟ ବିଭାଗୀୟ ରାଜସ୍ୱ ନିରୀକ୍ଷକ ସବୁ ଜାଣି ଅଜଣା ହେଉଥିବା ମତ ପ୍ରକାଶ ପାଉଛି। ସ୍ଥାନୀୟ ଲୋକଙ୍କ କହିବା ନୁଯାୟୀ ରାଜସ୍ୱ ନିରୀକ୍ଷକ ଜଣକ ପୁଞ୍ଜିପତିମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ନିରବ ରହୁଛନ୍ତି। ସେହିପରି ନିକଟ ଜଙ୍ଗଲରୁ ପଥର ତାଡି ଚାଲାଣ କରୁଥିବା ଅଭିଯୋଗ ହେଉଛି। ରାଜସ୍ୱ ନିରୀକ୍ଷକଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ସରକାର ମୋଟା ଅଙ୍କର ରାଜସ୍ୱ ହରାଉଥିବା ସାଧାରଣରେ ଚର୍ଚା ହେଉଛି। ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ବେଧଡ଼କ ଚାଲିଛି ବାଲି ଚାଲାଣ
/sambad/media/post_attachments/wp-content/uploads/2017/11/rkl2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)